ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଫଟୋଗ୍ରାଫର ହତ୍ୟା ମାମଲାର ଫିଟୁଛି ଗୁମର

0

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଫିଟିବାରେ ଲାଗିଛି । ସାମ୍ନାକୁ ରୋମାଞ୍ଚକର ତଥ୍ୟ ଆସିବାରେ ଲାଗିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ଚାନ୍ଦବାଲି ଥାନା ପୁଲିସ ପରଦା ଉଠାଇଛି । ତେବେ ହତ୍ୟା ପଛରେ ଜଣେ ୱେବପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଲୀଳ ଫିଲ୍ମ ସୁଟିଂ କାମରେ ଲଗାଇଥିଲେ । ଅଶ୍ଲୀଳ ଫିଲ୍ମର କିଛି କ୍ଲିପ ମାନସଙ୍କ ପାଖରେ ଥିଲା । ୱେବପୋର୍ଟାଲ ମାଲିକାଣୀ ଜଣକ କ୍ଲିପ ଫେରାଇବାକୁ କହିଥିଲେ । ହେଲେ ମାନସ କ୍ଲିପ ଫେରାଇନଥିଲେ । ଏହା ପରେ ଚାନ୍ଦବାଲିରୁ ବିବାହ କାର୍ଯ୍ୟକ୍ରମରୁ ମାନସଙ୍କୁ ଅପହରଣ କରାଯାଇଥିଲା । ମାନସଙ୍କୁ ଆଣି ଏକ ବୃଦ୍ଧାଶ୍ରମରେ ରଖି ମାଡ଼ ମରାଯାଇଥିଲା । ୫ ଜଣ ଲୋକ ଓ ୱେବ ପୋର୍ଟାଲ ମାଲିକାଣୀ ଏଥିରେ ସମ୍ପୃକ୍ତ ଥିବା ସୂତ୍ରରୁ ଜଣାପଡିଛି । ତେବେ ୱେବ ପୋର୍ଟାଲ ମାଲିକାଣୀ ଏବେ ଫେରାର ଅଛନ୍ତି ।

ପୁଲିସର ସୂଚନା ଅନୁସାରେ ,ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରରେ ହତ୍ୟା କରି ନୟାଗଡରେ ଶବ ପୋତି ଦେଇଥିଲେ ଅଭିଯୋଗ । ଶବ ଖୋଳି ବାହାରିବା ପରେ ହତ୍ୟାକାଣ୍ଡର ରହସ୍ୟ ସାମନାକୁ ଆସିଛି । ପୁଲିସ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି । ଫେବୃଆରୀ ୭ରେ ମାନସ ଓ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା । ମାନସଙ୍କ ପରିବାର ଲୋକ ଫେବୃଆରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଜଣେ ଅଭିଯୁକ୍ତକୁ ଗିରଫ ପରେ ହତ୍ୟାର ଗୁମର ଫିଟିଥିଲା ।

Leave A Reply

Your email address will not be published.