ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଫଟୋଗ୍ରାଫର ହତ୍ୟା ମାମଲାର ଫିଟୁଛି ଗୁମର

0

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଫିଟିବାରେ ଲାଗିଛି । ସାମ୍ନାକୁ ରୋମାଞ୍ଚକର ତଥ୍ୟ ଆସିବାରେ ଲାଗିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ଚାନ୍ଦବାଲି ଥାନା ପୁଲିସ ପରଦା ଉଠାଇଛି । ତେବେ ହତ୍ୟା ପଛରେ ଜଣେ ୱେବପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଲୀଳ ଫିଲ୍ମ ସୁଟିଂ କାମରେ ଲଗାଇଥିଲେ । ଅଶ୍ଲୀଳ ଫିଲ୍ମର କିଛି କ୍ଲିପ ମାନସଙ୍କ ପାଖରେ ଥିଲା । ୱେବପୋର୍ଟାଲ ମାଲିକାଣୀ ଜଣକ କ୍ଲିପ ଫେରାଇବାକୁ କହିଥିଲେ । ହେଲେ ମାନସ କ୍ଲିପ ଫେରାଇନଥିଲେ । ଏହା ପରେ ଚାନ୍ଦବାଲିରୁ ବିବାହ କାର୍ଯ୍ୟକ୍ରମରୁ ମାନସଙ୍କୁ ଅପହରଣ କରାଯାଇଥିଲା । ମାନସଙ୍କୁ ଆଣି ଏକ ବୃଦ୍ଧାଶ୍ରମରେ ରଖି ମାଡ଼ ମରାଯାଇଥିଲା । ୫ ଜଣ ଲୋକ ଓ ୱେବ ପୋର୍ଟାଲ ମାଲିକାଣୀ ଏଥିରେ ସମ୍ପୃକ୍ତ ଥିବା ସୂତ୍ରରୁ ଜଣାପଡିଛି । ତେବେ ୱେବ ପୋର୍ଟାଲ ମାଲିକାଣୀ ଏବେ ଫେରାର ଅଛନ୍ତି ।

ପୁଲିସର ସୂଚନା ଅନୁସାରେ ,ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରରେ ହତ୍ୟା କରି ନୟାଗଡରେ ଶବ ପୋତି ଦେଇଥିଲେ ଅଭିଯୋଗ । ଶବ ଖୋଳି ବାହାରିବା ପରେ ହତ୍ୟାକାଣ୍ଡର ରହସ୍ୟ ସାମନାକୁ ଆସିଛି । ପୁଲିସ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି । ଫେବୃଆରୀ ୭ରେ ମାନସ ଓ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ନାଲଗୁଣ୍ଡାରୁ ତାଙ୍କୁ ଅପହରଣ କରାଯାଇଥିଲା । ମାନସଙ୍କ ପରିବାର ଲୋକ ଫେବୃଆରୀ ୧୪ରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଜଣେ ଅଭିଯୁକ୍ତକୁ ଗିରଫ ପରେ ହତ୍ୟାର ଗୁମର ଫିଟିଥିଲା ।

Leave A Reply

Your email address will not be published.