ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବର ମଙ୍ଗ ଧରିଲେ ମାନ୍‌

0

ଆଜିଠୁ ପଞ୍ଜାବରେ ଆରମ୍ଭ ହୋଇଛି ଆପ୍ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ନେଇଛନ୍ତି । ପଞ୍ଜାବ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସହିଦ ଭଗତ ସିଂଙ୍କ ଗାଁ ଖଟକର କଲା ଠାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ଆପ୍‌ର ଅନେକ ନେତା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ କହିଛନ୍ତି,ଯେଉଁମାନେ ଆପ୍‌କୁ ଭୋଟ ଦେଇଛନ୍ତି ଓ ଯେଉଁମାନେ ଆପ୍‌କୁ ଭୋଟ ଦେଇନାହାନ୍ତି ସମସ୍ତଙ୍କ ପାଇଁ ଏ ସରକାର ଗୋଟିଏ ଢା ।ରେ କାମ କରିବ । ସେ କହିଛନ୍ତି ପଞ୍ଜାବର ପ୍ରତିଟି ଗାଁ ହେଉଛି ଭଗତ ସିଂଙ୍କ ଗାଁ । କାରଣ ରାଜ୍ୟର ପ୍ରତିଟି କୋଣରେ ଏବେ ବି ସେ ବଞ୍ଚି ରହିଛନ୍ତି । ସମାଜାବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଭଗୱନ୍ତ ମାନ୍‌ଙ୍କୁ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି । ପଞ୍ଜାବରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଛି । ୧୧୭ ବିଧାନସଭା ଆସନରୁ ଆପ ୯୨ଟି ଆସନରେ ବିଜୟୀ ହୋଇଛି । ଭଗୱନ୍ତ ମାନ ପଞ୍ଜାବର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.