ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପଞ୍ଜାବର ମଙ୍ଗ ଧରିଲେ ମାନ୍‌

0

ଆଜିଠୁ ପଞ୍ଜାବରେ ଆରମ୍ଭ ହୋଇଛି ଆପ୍ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ନେଇଛନ୍ତି । ପଞ୍ଜାବ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସହିଦ ଭଗତ ସିଂଙ୍କ ଗାଁ ଖଟକର କଲା ଠାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ଆପ୍‌ର ଅନେକ ନେତା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ କହିଛନ୍ତି,ଯେଉଁମାନେ ଆପ୍‌କୁ ଭୋଟ ଦେଇଛନ୍ତି ଓ ଯେଉଁମାନେ ଆପ୍‌କୁ ଭୋଟ ଦେଇନାହାନ୍ତି ସମସ୍ତଙ୍କ ପାଇଁ ଏ ସରକାର ଗୋଟିଏ ଢା ।ରେ କାମ କରିବ । ସେ କହିଛନ୍ତି ପଞ୍ଜାବର ପ୍ରତିଟି ଗାଁ ହେଉଛି ଭଗତ ସିଂଙ୍କ ଗାଁ । କାରଣ ରାଜ୍ୟର ପ୍ରତିଟି କୋଣରେ ଏବେ ବି ସେ ବଞ୍ଚି ରହିଛନ୍ତି । ସମାଜାବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଭଗୱନ୍ତ ମାନ୍‌ଙ୍କୁ ଟୁଇଟ କରି ଶୁଭେଚ୍ଚା ଜଣାଇଛନ୍ତି । ପଞ୍ଜାବରେ ପ୍ରଥମ ଥର ପାଇଁ ଆମ ଆଦମୀ ପାର୍ଟିକୁ ବହୁମତ ମିଳିଛି । ୧୧୭ ବିଧାନସଭା ଆସନରୁ ଆପ ୯୨ଟି ଆସନରେ ବିଜୟୀ ହୋଇଛି । ଭଗୱନ୍ତ ମାନ ପଞ୍ଜାବର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.