ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ନୂଆ ନେତାଙ୍କୁ ଦାୟିତ୍ୱ ଦେଲେ ସୋନିଆ

0

ନିକଟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏହାକୁ ନେଇ ମାନସ ମନ୍ଥନ କରିଛି କଂଗ୍ରେସ । ସମ୍ପୃକ୍ତ ରାଜ୍ୟର ପିସିସି ସଭାପତି ମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ ଏନେଇ ନବ ନିଯୁକ୍ତ କଂଗ୍ରେସ ସଭାପତିଙ୍କ ତାଲିକା ପ୍ରକାଶ ପାଇଛି । ଜୟରାମ ରମେଶଙ୍କୁ ମଣିପୁର, ଅଜୟ ମାକନଙ୍କୁ ପଞ୍ଜାବର ସ୍ଥିତି ଆକଳନ କରିବାକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ସାଂସଦ ରଜନୀ ପାଟିଲଙ୍କୁ ଗୋଆର ସ୍ଥିତି ଆକଳନ କରିବାକୁ କୁହାଯାଇଛି । କଂଗ୍ରେସ ନେତା ଜିତେନ୍ଦ୍ର ସିଂହ ଉତ୍ତରପ୍ରଦେଶ ନିର୍ବାଚନ ପରେ ସ୍ଥିତି ଆକଳନ କରିବେ ଓ ପରିବର୍ତ୍ତନ ନେଇ ପରାମର୍ଶ ଦେବେ । ଅବିନାଶ ପାଣ୍ଡେଙ୍କୁ ମଧ୍ୟ ଉତ୍ତରାଖଣ୍ଡ ଦାୟିତ୍ୱ ଦିଆଯାଇଛି ।

ଏହି ନୂଆ ସଭାପତି ମାନଙ୍କୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଯୁକ୍ତ କରିଛନ୍ତି । ୫ ରାଜ୍ୟ ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର,ଗୋଆ ବିଧାନସଭାରେ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ପଞ୍ଜାବରେ ଆପଠାରୁ ପରାସ୍ତ ହୋଇ କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ । ୫ ରାଜ୍ୟରେ ପରାଜୟ ପରେ ଗତ ୧୫ ତାରିଖରେ ସୋନିଆ ଗାନ୍ଧି ସମ୍ପକୃ ରାଜ୍ୟର ପିସିସି ସଭାପତି ମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ରାଜ୍ୟର ସାଙ୍ଗଠାନିକ ପରିବର୍ତ୍ତନ କରି କଂଗ୍ରେସ ଘର ସଜାଡିବା ଆରମ୍ଭ କରିଛି ।

Leave A Reply

Your email address will not be published.