ନିର୍ବାଚନ ପରେ ତେଲରେ ନିଆଁ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ବୃଦ୍ଧି ପାଇଛି ତୈଳ ଦର । ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ଓ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ବିଶ୍ୱ ତୈଳ ମୂଲ୍ୟ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୩୭ ଦିନ ପରେ ବୃଦ୍ଧି ପାଇଛି । ଏହା ପୂର୍ବରୁ ନଭେମ୍ବର ୪ ତାରିଖରେ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା । ଆଜି ସକାଳ ୬ରୁ ନୂଆ ଦର ଲାଗୁ କରାଯାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଓ ଡିଜେଲ ଲିଟର ପିଛା ୮୬ ପଇସା ବୃ୍ଦ୍ଧି ହୋଇଛି । ଦର ବୃଦ୍ଧି ପରେ ଡିଜେଲ ଲିଟର ପିଛା ୯୨ ଟଙ୍କା ୪୮ ପଇସା ରହିଛି । ପେଟ୍ରୋଲ ଲିଟର ୧୦୨ ଟଙ୍କା ୬୬ ପଇସା ରହିଛି । ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତୈଳ ଦର?
ଦିଲ୍ଲୀ ୯୬.୨୧ ୮୭.୪୭
ମୁମ୍ବାଇ ୧୧୦.୮୨ ୯୫.୦୦
ଚେନ୍ନାଇ ୧୦୨.୧୬ ୯୨.୧୯
କୋଲକାତା ୧୦୫.୫୧ ୯୦.୬୨
ରାଜ୍ୟ ସ୍ତରରେ ଯାନବାହାନ ଇନ୍ଧନରେ ଭାଟ୍ ଭିନ୍ନ ହେତୁ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭିନ୍ନ ରହିଥାଏ । ନଭେମ୍ବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପରେ ମୂଲ୍ୟ ସ୍ଥିର ରହିଥିଲା । ବିହାର, ରାଜସ୍ଥାନ,ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା