ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢିଲା ପେଟ୍ରୋଲ ଓ ଡିଜେଲ ଦର

0

ନିର୍ବାଚନ ପରେ ତେଲରେ ନିଆଁ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ବୃଦ୍ଧି ପାଇଛି ତୈଳ ଦର । ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ଓ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ବିଶ୍ୱ ତୈଳ ମୂଲ୍ୟ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୩୭ ଦିନ ପରେ ବୃଦ୍ଧି ପାଇଛି । ଏହା ପୂର୍ବରୁ ନଭେମ୍ବର ୪ ତାରିଖରେ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା । ଆଜି ସକାଳ ୬ରୁ ନୂଆ ଦର ଲାଗୁ କରାଯାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଓ ଡିଜେଲ ଲିଟର ପିଛା ୮୬ ପଇସା ବୃ୍‌ଦ୍ଧି ହୋଇଛି । ଦର ବୃଦ୍ଧି ପରେ ଡିଜେଲ ଲିଟର ପିଛା ୯୨ ଟଙ୍କା ୪୮ ପଇସା ରହିଛି । ପେଟ୍ରୋଲ ଲିଟର ୧୦୨ ଟଙ୍କା ୬୬ ପଇସା ରହିଛି । ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତୈଳ ଦର?
ଦିଲ୍ଲୀ ୯୬.୨୧ ୮୭.୪୭
ମୁମ୍ବାଇ ୧୧୦.୮୨ ୯୫.୦୦
ଚେନ୍ନାଇ ୧୦୨.୧୬ ୯୨.୧୯
କୋଲକାତା ୧୦୫.୫୧ ୯୦.୬୨

ରାଜ୍ୟ ସ୍ତରରେ ଯାନବାହାନ ଇନ୍ଧନରେ ଭାଟ୍ ଭିନ୍ନ ହେତୁ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭିନ୍ନ ରହିଥାଏ । ନଭେମ୍ବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପରେ ମୂଲ୍ୟ ସ୍ଥିର ରହିଥିଲା । ବିହାର, ରାଜସ୍ଥାନ,ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।

Leave A Reply

Your email address will not be published.