ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ବଢିଲା ରୋଷେଇ ଗ୍ୟାସ ଦର

0

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହ ଏଲପିଜି ଗ୍ୟାସ ଦର ମଧ୍ୟ ବୃଦ୍ଧି ହୋଇଛି । ଋଷ-ୟୁକ୍ରେନ ମଧ୍ୟ ଯୁଦ୍ଧ ହେତୁ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଘରୋଇ ସ୍ତରରେ ପଡିଛି। ଏଲପିଜି ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହୋଇଛି । ଗ୍ୟାସ ସିଲିଣ୍ଡର ଦର ୯୨୬ ଟଙ୍କାରୁ ବଢି ୯୭୬ ଟଙ୍କା ହୋଇଛି । ଗତ ଅକ୍ଟୋବର ୬ ତାରିଖ ପରେ ଗ୍ୟାସ ଦର ସ୍ଥିର ଥିଲା । ଆଜି ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ବୃଦ୍ଧି କରାଯାଇଥିବା ବେଳେ କିଛି ଦିନ ପୂର୍ବରୁ ପ୍ରମୁଖ ଦୁଗ୍ଧ କମ୍ପାନୀ ଗୁଡିକ ଲିଟର ପିଛା ଦୁଗ୍ଧ ୨ରୁ ୫ଟଙ୍କା ବୃଦ୍ଧି କରିଥିଲେ । ଦର ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ମଙ୍ଗଳବାରଠୁ ଅର୍ଥାତ ଆଜିଠୁ ୫୦ ଟଙ୍କା ବୃଦ୍ଧି ହୋଇଛି ।

ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ହୋଇ ୯୪୯.୫ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୮୯୯ ଟଙ୍କା ୫୦ ପଇସା ଥିଲା। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏଲପିଜି ସିଲିଣ୍ଡରର ଦାମ ବୃଦ୍ଧି ହୋଇ ୯୭୬ ଟଙ୍କା ହୋଇଛି। ଏହା ପୂର୍ବରୁ କୋଲକାତାର ଏହାର ଦାମ ୯୨୬ ଟଙ୍କା ଥିଲା। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୯୩୮ ଟଙ୍କାରୁ ବୃଦ୍ଧି ହୋଇ ୯୮୭ ଟଙ୍କା ୫ ପଇସାରେ ପହଞ୍ଚିଛି। ପାଟଣାରେ ମଧ୍ୟ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ ୯୯୮ ଟଙ୍କାରୁ ବୃଦ୍ଧି ହୋଇ ୧୦୩୯ ଟଙ୍କା ୫ ପଇସାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦର ଅନେକ ଦିନ ଧରି ସ୍ଥିର ରହିଥିଲାା ପେଟ୍ରୋଲ ଓ ଡିଜେଲ ଦର ଅକ୍ଟୋବର ୪ ପରେ ସ୍ଥିର ଥିଲା । ଘରୋଇ ରନ୍ଧନ ଗ୍ୟାସର ଦରରେ ଅକ୍ଟୋବର ୬ ପରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେପଟେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଏହାର ପ୍ରଭାବରେ ତୈଳ ଦର ଓ ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ଘଟିଛି ।

Leave A Reply

Your email address will not be published.