ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ହିଞ୍ଜିଳିକାଟୁରେ ୪ ଜଣଙ୍କୁ ବୀଭତ୍ସ ହତ୍ୟା

0

ଗଞ୍ଜାମ ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଶେରଗଡ଼ ଥାନା ଅଧିନସ୍ଥ ନରେନ୍ଦ୍ରପୁରରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃ୍‌ତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଅଛନ୍ତି । ଫଳରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି । ଆଉ ଜଣେ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନେକ ମଧ୍ୟ ଆହତ ହୋଇଛନ୍ତି । ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଞ୍ଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡା ସ୍ୱାଇଁ, ରାଜାସ୍ୱାଇଁ ଓ ପୁତୁରା ଚନ୍ଦନ ସ୍ୱାଇଁ ।

ମଙ୍ଗୁଳୁ ସ୍ୱାଇଁଙ୍କ ପୁଅ ମାନେ ପିତଳ ଛକରେ ଏକ ଫାଷ୍ଟଫୁଡ ଦୋକାନ କରିଥିଲେ । ଗତକାଲି ରାତିରେ ସେମାନେ ଘରକୁ ଫେରୁଥିବା ବେଳେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ମହିଳାଙ୍କୁ ସାହାର୍ଯ୍ୟ କରିବାକୁ ଆସିଥିଲେ । କିନ୍ତୁ ସେଠାରେ ଥିବା ୬ ଜଣ ଯୁବକ ସେମାନଙ୍କୁ କମେ ମାରିଥିଲୋ ।ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହେଲେ ଗଣ୍ଡଗୋଳ ଏତେ ବଢିଯାଇଥିଲା ଯେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡ଼ରେ ଏମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ୩ ଭାଇ ଓ ପୁତୁରା ରକ୍ତାକ୍ତ ହୋଇପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି ।

Leave A Reply

Your email address will not be published.