ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କିଏ ହେବେ ମେୟର ?ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ

0

ଆଜି ଆସିବ ପୌର ଫଳାଫଳ । ତିନି ମହାନଗର ନିଗମ ଭୁବନେଶ୍ୱର,କଟକ,ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ପାଇଁ ମହିଳା ମେୟର । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ । ସମସ୍ତଙ୍କୁ ମିଶାଇ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା ଜନାର୍ଦ୍ଦନ । ଏହା ସହ ୪୭ ମ୍ୟୁନିସିପାଲ ଓ ୫୯ଟି ଏନଏସି ସହ ମୋଟ ୧୦୬ ପୌର ପରିଷଦର ଆସିବ ରେଜଲ୍ଟ । ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତା ଭୋଟ ଗଣତି ପରେ ଜଣାପଡିବ ।

ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି ।ମେୟର ଓ ୬୭ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୨୪ଟି ଟେବୁଲ କରାଯାଇଛି । ୨ଟି ଯାକ ଅଲଗା ଅଲଗା ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ତେବେ ଗତଥର ଅପେକ୍ଷା ଚଳିଥର ଭଲ ମତଦାନ ହୋଇଛି । ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ତେବେ ବିଏମସିରେ ମାତ୍ର ୪୩ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱରରେ ରହୁଥିବା ୭ ଲକ୍ଷ ୨୫ ହଜାର ୭୬୫ ଜଣ ଭୋଟରଙ୍କ ମଧ୍ୟରୁ ଭୋଟ ଦାନ କରିଛନ୍ତି ମାତ୍ର ୩ ଲକ୍ଷ ୧୪ ହଜାର ୨୬୮ ଜଣ ।

Leave A Reply

Your email address will not be published.