ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜି ପୌର ଫଇସଲା

0

ଆଜି ପୌର ଫଇସଲା । ସକାଳ ୮ରୁ ଚାଲିଛି ଭୋଟ ଗଣତି । ଫଳାଫଳ ଆସିବା ପରେ ଜଣାପଡିବ କାହାକୁ ନେତା ବାଛିଛନ୍ତି ସହରୀ ଭୋଟର । ପ ।ୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକ ତରଫା ଭୋଟ ଦେଇଥିବା ବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି , ତାହା ଆଜି ଜଣାପଡିବ । ସେହିପରି ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ଭୋଟର । କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଭୋଟ ଗଣତି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ ଟି ଲେଖାଁଏ ଟେବୁଲ ରହିଛି । ମ୍ୟୁନିସପାଲ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଁଏ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ପାଇଁ ୧୨ଟି ଲେଖାଁଏ ଟେବୁଲ ରହିଛି । ୧୦୬ଟି ପୌରା ଳ ଓ ୩ଟ ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡି ବାକି ୧୦୮ଟି ସ୍ଥାନରେ ଭୋଟ ଗଣତି ହେଉଛି । ଭଦ୍ରକ ଜିଲ୍ଲା ଧାମନଗରରେ ୬ଟି ବୁଥରେ ଗୁରୁବାର ମତଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଶୁକ୍ରବାର ପୁନଃ ଭୋଟ ହେବାର ଥିଲା । କିନ୍ତୁ ଏଠାରେ ମତଦାନ ହୋଇନଥିବାରୁ ଆଜି ଭୋଟ ଗଣତି ହେବନି ।

Leave A Reply

Your email address will not be published.