ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ପୌର ଫଇସଲା

0

ଆଜି ପୌର ଫଇସଲା । ସକାଳ ୮ରୁ ଚାଲିଛି ଭୋଟ ଗଣତି । ଫଳାଫଳ ଆସିବା ପରେ ଜଣାପଡିବ କାହାକୁ ନେତା ବାଛିଛନ୍ତି ସହରୀ ଭୋଟର । ପ ।ୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକ ତରଫା ଭୋଟ ଦେଇଥିବା ବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି , ତାହା ଆଜି ଜଣାପଡିବ । ସେହିପରି ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ଭୋଟର । କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଭୋଟ ଗଣତି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ ଟି ଲେଖାଁଏ ଟେବୁଲ ରହିଛି । ମ୍ୟୁନିସପାଲ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଁଏ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ପାଇଁ ୧୨ଟି ଲେଖାଁଏ ଟେବୁଲ ରହିଛି । ୧୦୬ଟି ପୌରା ଳ ଓ ୩ଟ ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡି ବାକି ୧୦୮ଟି ସ୍ଥାନରେ ଭୋଟ ଗଣତି ହେଉଛି । ଭଦ୍ରକ ଜିଲ୍ଲା ଧାମନଗରରେ ୬ଟି ବୁଥରେ ଗୁରୁବାର ମତଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଶୁକ୍ରବାର ପୁନଃ ଭୋଟ ହେବାର ଥିଲା । କିନ୍ତୁ ଏଠାରେ ମତଦାନ ହୋଇନଥିବାରୁ ଆଜି ଭୋଟ ଗଣତି ହେବନି ।

Leave A Reply

Your email address will not be published.