ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଣି ବଢିଲା ତୈଳ ଦର, ୫ ଦିନରେ ୩ଟଙ୍କା ୨୦ ପଇସା ବୃଦ୍ଧି

0

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ ବାଲାଘାଟରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ଟପିଛି । ସେହିପରି ଡିଜେଲ ୯୬ ଟଙ୍କା ୩୦ ପଇସାରେ ବିକ୍ରି ହେଉଛି ।ଭୁବନେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି । ଆସନ୍ତୁ ନଜର ପକାଇବା କେଉଁଠି କେତେ ରହିଛି ତୈଳ ଦର?
ଦିଲ୍ଲୀ ୯୮.୬୧, ୮୯.୮୭
ମୁମ୍ବାଇ ୧୧୩.୩୫ , ୯୭.୫୫
କୋଲକାତା ୧୦୮.୦୨, ୯୩.୦୧
ଚେନ୍ନାଇ ୧୦୪.୪୩ , ୯୪.୪୭

ଗତ ନଭେମ୍ବର ମାସ ପରେ ତୈଳ ଦର ସ୍ଥିର ରହିଥିଲା । ଏହା ପରେ ଦେଶରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ପ୍ରତି ଲିଟର ବୃଦ୍ଧି ହୋଇଥିଲା । ସେବେଠୁ ୫ ଦିନରେ ୪ ଥର ବଢିଚାଲିଛି ତୈଳ ଦର ।

Leave A Reply

Your email address will not be published.