ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଭାରତ ବନ୍ଦ ଥିବାରୁ ପେଟ୍ରୋଲ ପମ୍ପରେ ଗହଳି ଦେଖିବାକୁ ମିଳିଥିଲା । ରବିବାର ରାତିରେ ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଲମ୍ବା ଲାଇନ ଲାଗିଥିଲା । ହେଲେ ୨ ଜଣ ଯୁବକ ଏକ କାରରେ ଆସି ତାଙ୍କ ଗାଡିରେ ଆଗରେ ତେଲ ପକାଇବାକୁ କହିଥିଲେ । ଏହାକୁ ନେଇ ଅନ୍ୟ ଜଣେ ଯୁବକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କ ଗାଡିରେ ତେଲ ପକାଇଦେଇଥିଲେ ମଧ୍ୟ ସେମାନେ ଶାନ୍ତ ପଡିନଥିଲେ । ସେମାନଙ୍କର କିଛି ସହଯୋଗୀଙ୍କୁ ପେଟ୍ରୋଲ ପମ୍ପ ନିକଟକୁ ଡକାଇଥିଲେ । ଶେଷରେ କାରରୁ ବାହାରି ଜଣେ ଯୁବକ ଗୁଳିମାଡ କରିଥିଲେ । ଗୁଳିଟି ନୂଆପଲ୍ଲୀ ଅଂଚଳର ବିଶ୍ୱଜିତ ବେହେରାଙ୍କ ଗୋଡରେ ବାଜିଥିଲା । ଗୁଳିମାଡ ପରେ ଦୁର୍ବୃତ୍ତମାନେ ଫେରାର ଥିବା ବେଳେ ଲକ୍ଷ୍ମୀସାଗର ଓ ବରଗଡ଼ ଥାନା ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା