ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି

0

ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପରେ ଗୁଳିମାଡ଼ । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଭାରତ ବନ୍ଦ ଥିବାରୁ ପେଟ୍ରୋଲ ପମ୍ପରେ ଗହଳି ଦେଖିବାକୁ ମିଳିଥିଲା । ରବିବାର ରାତିରେ ଲକ୍ଷ୍ମୀସାଗର ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଲମ୍ବା ଲାଇନ ଲାଗିଥିଲା । ହେଲେ ୨ ଜଣ ଯୁବକ ଏକ କାରରେ ଆସି ତାଙ୍କ ଗାଡିରେ ଆଗରେ ତେଲ ପକାଇବାକୁ କହିଥିଲେ । ଏହାକୁ ନେଇ ଅନ୍ୟ ଜଣେ ଯୁବକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କ ଗାଡିରେ ତେଲ ପକାଇଦେଇଥିଲେ ମଧ୍ୟ ସେମାନେ ଶାନ୍ତ ପଡିନଥିଲେ । ସେମାନଙ୍କର କିଛି ସହଯୋଗୀଙ୍କୁ ପେଟ୍ରୋଲ ପମ୍ପ ନିକଟକୁ ଡକାଇଥିଲେ । ଶେଷରେ କାରରୁ ବାହାରି ଜଣେ ଯୁବକ ଗୁଳିମାଡ କରିଥିଲେ । ଗୁଳିଟି ନୂଆପଲ୍ଲୀ ଅଂଚଳର ବିଶ୍ୱଜିତ ବେହେରାଙ୍କ ଗୋଡରେ ବାଜିଥିଲା । ଗୁଳିମାଡ ପରେ ଦୁର୍ବୃତ୍ତମାନେ ଫେରାର ଥିବା ବେଳେ ଲକ୍ଷ୍ମୀସାଗର ଓ ବରଗଡ଼ ଥାନା ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି ।

Leave A Reply

Your email address will not be published.