ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଚୀନରେ କରୋନା ସ୍ଥିତି ସଙ୍ଗୀନ, ସାଂଘାଇରେ ପୁଣି ଫେରିଲା ଲକଡାଉନ

0

ମହାମାରୀ କରୋନାର ପ୍ରକୋପ ଏବେ ବି କମିନାହିଁ । କରୋନା ସଂକ୍ରମଣ ପୁଣି ଥରେ ଚୀନରେ ଚିନ୍ତା ବଢାଇଦେଇଛି । ଚୀନର ସାଂଘାଇରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠୁ ବଡ଼ ସହର ସାଂଘାଇରେ ପୁଣି ଥରେ ଲକଡାଉନ ଫେରିଛି । ସାଂଘାଇର ପୁଡୋଙ୍ଗ ଓ ଆଖପାଖ ଅଂଚଳରେ ସୋମବାରରୁ ଶୁକ୍ରବାର ଯାଏ ଲକଡାଉନ ଲାଗୁ କରାଯାଇଛି ।

ସାଂଘାଇର ସ୍ଥାନୀୟ ପ୍ରଶାସନଙ୍କ ସୂଚନା ଅନୁସାରେ, ହୁଆଙ୍ଗପୁ ନଦୀର ପଶ୍ଚିମ ପାଶ୍ୱରେ ଥିବା ଡାଉନ ଟାଉନ ଅଂଚଳରେ ଲକଡାଉନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଲୋକଙ୍କୁ ଅପିଲ କରାଯାଇଛି ଯେ, ସେମାନେ ନିଜ ଘରେ ରୁହନ୍ତୁ । ଅତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଇଁ ଅନଲାଇନ ଅର୍ଡର କରନ୍ତୁ ।

ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ, ଆବଶ୍ୟକୀୟ ଅଫିସ ବ୍ୟତୀତ ଅନ୍ୟ ସମସ୍ତ ଅଫିସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୬ ମିଲିୟନ ଜନସଂଖ୍ୟା ବିଶିଷ୍ଟ ସହରରେ ଅନେକ କ୍ଷେତ୍ର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ କୋଭିଡ ଯାଞ୍ଚ ପାଇଁ ବୁଥ କରାଯାଇଛି । ଲକଡାଉନ ଯୋଗୁଁ ସାଂଘାଇ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାକୁ ନିୟନ୍ତ୍ରଣ ବିଭିନ୍ନ କଟକଣା ଲାଗୁ କରାଯାଇଛି । ସେଥିପାଇଁ ବିଭନ୍ନ ସହରରେ ଲକଡାଉନ ଲାଗୁ କରାଯାଇଛି ।

Leave A Reply

Your email address will not be published.