ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେଡି କବଳରେ ଅମଲାତନ୍ତ୍ର: ପୃଥ୍ୱୀରାଜ

0

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନରେ ସଫଳତା ପରେ ରାଜ୍ୟର ବରିଷ୍ଠ ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ମୁଖିଆଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଏହା ଚାଟୁକାରିତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜେପି କହିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ।

ପ୍ରେସ ମିଟ୍ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ପଞ୍ଚାୟତ ପରେ ପୌର ନିର୍ବାଚନରେ ବିଜେଡିର ସଫଳତାକୁ ନେଇ ବେଶ ଉତ୍ସାହିତ ଓଡିଶାର ଅମଲାତାନ୍ତ୍ରିକ ବ୍ୟବସ୍ଥା । ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ଅମଲାତନ୍ତ୍ର ଉପରୁ ରାଜ୍ୟବାସୀଙ୍କ ଆସ୍ଥା ତୁଟିଯାଇଛି । ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ବିଜେପି ଅଭିଯୋଗ କରିଛିା

ସମ୍ବିଧାନ ଅନୁସାରେ, ଅମଲାତନ୍ତ୍ର ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ। ମାତ୍ର ପ୍ରଶାସନିକ ଅଧିକାରୀ ମାନେ ନିଜର ଦାୟିତ୍ୱବୋଧ, ଗାରିମା ଭୁଲିଗଲେ । ସମ୍ବିଧାନ ଯେଉଁ ନୀତି ନିର୍ଦ୍ଧାରଣ କରିଛି ତାହାକୁ ଭୁଲିବା ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ଦୁର୍ନୀତି ବ୍ୟାପକ ଭାବେ ବଢିଛି । ନିର୍ବାଚନ ବେଳେ ହିଂସା ଘଟୁଥିବା ବେଳେ ପୁଲିସ କି ପଦକ୍ଷେପ ନେଲା ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିଛି । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବିଜେପି କହିଛି ।

Leave A Reply

Your email address will not be published.