ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବିଜେଡି କବଳରେ ଅମଲାତନ୍ତ୍ର: ପୃଥ୍ୱୀରାଜ

0

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନରେ ସଫଳତା ପରେ ରାଜ୍ୟର ବରିଷ୍ଠ ଓ ବିଶିଷ୍ଟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟର ମୁଖିଆଙ୍କୁ ଭେଟି ଅଭିନନ୍ଦନ ଜଣାଇବା ଏହା ଚାଟୁକାରିତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜେପି କହିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ।

ପ୍ରେସ ମିଟ୍ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ପଞ୍ଚାୟତ ପରେ ପୌର ନିର୍ବାଚନରେ ବିଜେଡିର ସଫଳତାକୁ ନେଇ ବେଶ ଉତ୍ସାହିତ ଓଡିଶାର ଅମଲାତାନ୍ତ୍ରିକ ବ୍ୟବସ୍ଥା । ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ଅମଲାତନ୍ତ୍ର ଉପରୁ ରାଜ୍ୟବାସୀଙ୍କ ଆସ୍ଥା ତୁଟିଯାଇଛି । ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ବିଜେପି ଅଭିଯୋଗ କରିଛିା

ସମ୍ବିଧାନ ଅନୁସାରେ, ଅମଲାତନ୍ତ୍ର ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ। ମାତ୍ର ପ୍ରଶାସନିକ ଅଧିକାରୀ ମାନେ ନିଜର ଦାୟିତ୍ୱବୋଧ, ଗାରିମା ଭୁଲିଗଲେ । ସମ୍ବିଧାନ ଯେଉଁ ନୀତି ନିର୍ଦ୍ଧାରଣ କରିଛି ତାହାକୁ ଭୁଲିବା ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ଦୁର୍ନୀତି ବ୍ୟାପକ ଭାବେ ବଢିଛି । ନିର୍ବାଚନ ବେଳେ ହିଂସା ଘଟୁଥିବା ବେଳେ ପୁଲିସ କି ପଦକ୍ଷେପ ନେଲା ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିଛି । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବିଜେପି କହିଛି ।

Leave A Reply

Your email address will not be published.