ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ, ସାଂସଦଙ୍କୁ ଦେଲେ ପରାମର୍ଶ

0

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନରେ ଦଳୀୟ ସାଂସଦ ମାନଙ୍କ ସହ ଆଲୋଚନା କରିଛନ୍ତି । ସଂସଦରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶାର ପୁରୁଣା ପ୍ରସଙ୍ଗ ଓ ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଗମ୍ଭୀରତା ସହ ରାଜ୍ୟର ପୁରୁଣା ଦାବିକୁ ଉଭୟ ଗୃହରେ ଉପସ୍ଥାପନା ପାଇଁ ସେ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ।

ନବୀନ ସଂସଦ ଭବନରେ ପହଞ୍ଚିବା ପରେ ବିଜେଡି ସାଂସଦ ମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦ ମାନଙ୍କ ସହ ଫଟୋ ବି ଉଠାଇଛନ୍ତି ନବୀନ । ତେବେ ରାଷ୍ଟ୍ରପତି ନିର୍ବାଚନ ନେଇ ସାମ୍ବାଦିକଙ୍କ ଉ ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ ବୋଲି ମଧ୍ୟ କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ କିମ୍ବା ଅମିତ ଶାହାଙ୍କ ସହ କୌଣସି ବୈଠକ ହେବନି ବୋଲି କହିଛନ୍ତି ।

Leave A Reply

Your email address will not be published.