ପ୍ରମୁଖ ଖବର

୫୦ ଦିନ ପରେ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ
ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଆଜି ଆସିବ କାମଚଳା ବଜେଟ

0

ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ । ୨୦୨୨-୨୩ ବର୍ଷ ନିମନ୍ତେ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନ ଗୃହରେ ରଖାଯିବାର କାର୍ଯ୍ୟକ୍ରମ ରହିଛି । ଅର୍ଥମନ୍ତ୍ରୀ ଗୃହରେ ପ୍ରଥମେ ବଜେଟ ଆକଳନ ଉପସ୍ଥାପନା କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନ୍ୟ ଏକ ମୋସନ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଗ୍ରାଣ୍ଟ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାପନା କରିବେ । ଯାହାକି ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁର ବିଲ ଆକାରରେ ଗୃହରେ ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ଆର୍ଥିକ ବର୍ଷରେ ପୂଣ୍ଣାଙ୍ଗ ବଜେଟ ୧୮ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି । ରବିବାର ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଥିଲ।। ଗତକାଲି ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଯେଉଁଥିରେ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଅଙ୍କାଯାଇଛି । ରିପୋର୍ଟ ଅନୁସାରେ ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ରହିବାର ଆକଳନ କରାଯାଉଛି ।

ବର୍ଷ ୨୦୨୧-୨୨ ପାଇଁ ଜାତୀୟ ଅଭିବୃଦ୍ଧି ହାର ୮.୮ ପ୍ରତିଶତରୁ ଅଧିକ ହେବାର ଆକଳନ କରାଯାଉଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ମୁଣ୍ଡପିଛା ଆୟ ୧୬.୮ ପ୍ରତିଶତ ବଢିବା ଆକଳନ ହୋଇଛି । ଏହା ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ହେବାର ଆକଳନ କରିଛନ୍ତି ସରକାର ।

Leave A Reply

Your email address will not be published.