ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

୨୦୨୨-୨୩ କାମଚଳା ବଜେଟ: କାହା ପାଇଁ କେତେ?

0

ଆଜି ବିଧାନସଭାରେ ଉପସ୍ଥାପନା ହେଲା କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିଛନ୍ତି । ୪ ମାସ ପାଇଁ କାମଚଳା ବଜେଟର ପରିଣାମ ୧ ଲକ୍ଷ ୬ ହଜାର ୪୯୭ କୋଟି । ଅର୍ଥମନ୍ତ୍ରୀ କହିଥିଲେ, ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଓଡିଶା ଉନ୍ନତି କରିଛି । ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି ।ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ ପ୍ରତିଶତ ରହିବା ଆକଳନ । ଜାତୀୟ ହାରଠୁ ଓଡିଶା ଅଭିବୃଦ୍ଧି ହାର ଅଧିକ ରହିବା ଆକଳନ । ଓଡିଶାର ଅଭିବୃଦ୍ଧି ହାର ୯ରୁ ୯.୫ ପ୍ରତିଶତ ରହିପାରେ । ତେବେ କାମଚଳା ବଜେଟରେ କାହା ପାଇଁ କେତେ ଘୋଷଣା ହୋଇଛି ଆସନ୍ତୁ ଜାଣିବା…

କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୨ ଶହ କୋଟି
ସମବାୟ ବ୍ୟାଙ୍କ ମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି
ଅବଢା ଯୋଜନା ପାଇଁ ୧୪୦୮ କୋଟି
ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧୫୦ କୋଟି
ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି
ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା
ଜଳଜୀବନ ମିଶନ ପାଇଁ ୬ ହଜାର କୋଟି
ସହରାଞ୍ଚଳ ପ୍ରଶାସନ ଉନ୍ନତି ପାଇଁ ୪୫୦ କୋଟି
ସ୍ମାର୍ଟସିଟି ପାଇଁ ୨୦୦ କୋଟି
ମିଶନ ଶକ୍ତି ପାଇଁ ୨ ହଜାର କୋଟି
ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩ ହଜାର ୯୭୪ କୋଟି
ଦୁଗ୍ଧ ଉତ୍ପାଦନ ଓ ଅଭିବୃଦ୍ଧି ପାଇଁ ୩୧ କୋଟି
କୁକୁଡା ଚାଷ ପାଇଁ ୮୭ କୋଟି
ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୫୫୨୩ କୋଟି
ଓୟୁଏଟିରେ ଗବେଷଣା ଓ ଶିକ୍ଷା ପାଇଁ ୧୦୬ କୋଟି

Leave A Reply

Your email address will not be published.