ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ସାଂସଦ ଶିଖାଇଲେ ସଂସ୍କାର ପାଠ

0

ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଥିଲେ । ନବୀନ ପଟ୍ଟନାୟକଙ୍କୁ ଅପରାଜିତା ଷଡଙ୍ଗୀ ନମସ୍କାର କରୁଥିବାର ଏକ ଫଟୋ ସାମନାକୁ ଆସିଥିଲାା ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ
ଅପରାଜିତା କାହିଁକି ଭେଟିଥିଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଏହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଅପରାଜିତା ।

ଅପରାଜିତା ଟୁଇଟ କରି ହେଉଥିବା ଚର୍ଚ୍ଚା ଉପରେ ଉ ର ରଖିଛନ୍ତି । ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ରାଜନୈତିକ ଆଦର୍ଶ ଓ ବିଚାରଧାରାରେ ଭିନ୍ନତା ଥାଇପାରେ । କିନ୍ତୁ ସୌଜନ୍ୟ ଦୃଷ୍ଟିୁରୁ ତାଙ୍କୁ ଭେଟି ନମସ୍କାର ଜଣାଇବା ତାଙ୍କ ସଂସ୍କାର ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଭିନ୍ନ ରାଜନୈତିକ ବିଚାରଗତ ଭିନ୍ନତା ସତ୍ୱେ ଆମ ସଂସ୍କୃତି ଶିକ୍ଷା ଏବଂ ସଂସ୍କାର ଅନୁଯାୟୀ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଅପରାଜିତା ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।

ପଂଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ ବିଜେପି ନେତା ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସଦର କେନ୍ଦ୍ରୀୟ କକ୍ଷରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାଂସଦ ଭାବେ ନିର୍ବାଚିତ ହେବା ପରେ ଲଗାତର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ଅପରାଜିତା ଯେତେବେଳେ ଦିଲ୍ଲୀରେ ନବୀନଙ୍କୁ ଭେଟିଛନ୍ତି ସେତେବେଳେ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.