ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସାଂସଦ ଶିଖାଇଲେ ସଂସ୍କାର ପାଠ

0

ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଥିଲେ । ନବୀନ ପଟ୍ଟନାୟକଙ୍କୁ ଅପରାଜିତା ଷଡଙ୍ଗୀ ନମସ୍କାର କରୁଥିବାର ଏକ ଫଟୋ ସାମନାକୁ ଆସିଥିଲାା ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ
ଅପରାଜିତା କାହିଁକି ଭେଟିଥିଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଏହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଅପରାଜିତା ।

ଅପରାଜିତା ଟୁଇଟ କରି ହେଉଥିବା ଚର୍ଚ୍ଚା ଉପରେ ଉ ର ରଖିଛନ୍ତି । ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ରାଜନୈତିକ ଆଦର୍ଶ ଓ ବିଚାରଧାରାରେ ଭିନ୍ନତା ଥାଇପାରେ । କିନ୍ତୁ ସୌଜନ୍ୟ ଦୃଷ୍ଟିୁରୁ ତାଙ୍କୁ ଭେଟି ନମସ୍କାର ଜଣାଇବା ତାଙ୍କ ସଂସ୍କାର ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଭିନ୍ନ ରାଜନୈତିକ ବିଚାରଗତ ଭିନ୍ନତା ସତ୍ୱେ ଆମ ସଂସ୍କୃତି ଶିକ୍ଷା ଏବଂ ସଂସ୍କାର ଅନୁଯାୟୀ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଅପରାଜିତା ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।

ପଂଚାୟତ ଓ ପୌର ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ ବିଜେପି ନେତା ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସଦର କେନ୍ଦ୍ରୀୟ କକ୍ଷରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାଂସଦ ଭାବେ ନିର୍ବାଚିତ ହେବା ପରେ ଲଗାତର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ଅପରାଜିତା ଯେତେବେଳେ ଦିଲ୍ଲୀରେ ନବୀନଙ୍କୁ ଭେଟିଛନ୍ତି ସେତେବେଳେ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.