ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପୁଣି ବଢିଲା ତେଲ ଦାମ, ୧୦ ଦିନରେ ଲଗାତର ୯ ଥର ବୃଦ୍ଧି

0

ପୁଣି ବଢିଲା ତେଲ ଦାମ୍‌ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ହୋଇଛି । ଗତ ୧୦ ଦିନରେ ୯ ଥର ବଢିଲାଣି ତୈଳ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ .୮୧ ପଇସାରେ ପହଁଞ୍ଚି ଥିବା ବେଳେ ଡିଜେଲ ଦର ୯୩.୦୭ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛିା ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ପଇସା ଓ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଛି । ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୧.୮୧ ୯୩.୦୭
ମୁମ୍ବ।ଇ ୧୧୬.୭୨ ୧୦୦.୯୪
ଚେନ୍ନାଇ ୧୦୭.୪୫ ୯୭.୫୨
କୋଲକାତା ୧୧୧.୩୫ ୯୬.୨୨
ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଳ ଦର ଲଗାତର ବଢିବାରେ ଲାଗିଛି । କେବଳ ମାର୍ଚ୍ଚ ୨୪ରେ ତେଲ ଦର ସ୍ଥିର ଥିଲା । ୧୦ ଦିନରେ ୯ ଦିନ ତୈଳ ଦର ବୃଦ୍ଧି ହୋଇଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଦେଇଛି ।

Leave A Reply

Your email address will not be published.