ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଜି ଆସିବ କାମଚଳା ବଜେଟ

0

ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ । ୨୦୨୨-୨୩ ବର୍ଷ ନିମନ୍ତେ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଲେଖାନୁଦାନ ଗୃହରେ ରଖାଯିବାର କାର୍ଯ୍ୟକ୍ରମ ରହିଛି । ଅର୍ଥମନ୍ତ୍ରୀ ଗୃହରେ ପ୍ରଥମେ ବଜେଟ ଆକଳନ ଉପସ୍ଥାପନା କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନ୍ୟ ଏକ ମୋସନ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଗ୍ରାଣ୍ଟ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାପନା କରିବେ । ଯାହାକି ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁର ବିଲ ଆକାରରେ ଗୃହରେ ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ଆର୍ଥିକ ବର୍ଷରେ ପୂଣ୍ଣାଙ୍ଗ ବଜେଟ ୧୮ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି । ରବିବାର ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଥିଲ।। ଗତକାଲି ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଯେଉଁଥିରେ ରାଜ୍ୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଅଙ୍କାଯାଇଛି । ରିପୋର୍ଟ ଅନୁସାରେ ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ରାଜ୍ୟ ଅଭିବୃଦ୍ଧି ହାର ଅଧିକ ରହିବାର ଆକଳନ କରାଯାଉଛି ।

ବର୍ଷ ୨୦୨୧-୨୨ ପାଇଁ ଜାତୀୟ ଅଭିବୃଦ୍ଧି ହାର ୮.୮ ପ୍ରତିଶତରୁ ଅଧିକ ହେବାର ଆକଳନ କରାଯାଉଥିବା ବେଳେ ରାଜ୍ୟ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ମୁଣ୍ଡପିଛା ଆୟ ୧୬.୮ ପ୍ରତିଶତ ବଢିବା ଆକଳନ ହୋଇଛି । ଏହା ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୨୭ ହଜାର ୩୮୩ ଟଙ୍କା ହେବାର ଆକଳନ କରିଛନ୍ତି ସରକାର ।

Leave A Reply

Your email address will not be published.