ପ୍ରମୁଖ ଖବର

ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ତୈଳ ଦରରେ ଲାଗୁନି ବ୍ରେକ, ୯ ଦିନରେ ବଢିଲାଣି ୮ ଥର

0

ଉପରମୁହାଁ ହେବାରେ ଲାଗିଛି ତୈଳ ଦର । ୯ ଦିନରେ ୮ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା
ଲେଖାଁଏ ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଦର ଶତକ ପାର କରିଛି। ଲିଟର ପିଛା ୧୦୧ଟଙ୍କାରେ ଦିଲ୍ଲୀରେ ପେଟ୍ରୋଲ ଦର ପହଞ୍ଚିଛି। ମାର୍ଚ୍ଚ ୨୨ ତାରିଖରୁ ଲଗାତର ତୈଳ ଦର ବଢିବାରେ ଲାଗିଛି । କେବଳ ମାର୍ଚ୍ଚ ୨୪ରେ ତେଲ ଦର ସ୍ଥିର ଥିଲା । ୯ ଦିନରେ ପାଖାପାଖି ୫ ଟଙ୍କା ୫୦ ପଇସା ତୈଳ ଦର ବୃଦ୍ଧି ହୋଇଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଦେଇଛି । ଜାଣନ୍ତୁ କେଉଁଠି କେତେ ରହିଛି ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୧.୦୧ ୯୨.୨୭
ମୁମ୍ବାଇ ୧୧୫.୮୮ ୧୦୦.୧୦
ଚେନ୍ନାଇ ୧୦୬.୬୯ ୯୬.୭୬
କୋଲକାତା ୧୧୦.୫୨ ୯୫.୪୨

Leave A Reply

Your email address will not be published.