ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମ୍ୟାଜିକ୍ ନମ୍ବରଠୁ ପଛରେ ଇମ୍ରାନ୍ ଖାନ୍‌

0

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସେ ରାଜନୀତିର ଚକ୍ରବ୍ୟୁହରେ ଏମିତି ଫସିଛନ୍ତି ଯେଉଁଥିରୁ ବାହାରିବା ଅସମ୍ଭବ ବୋଲି କୁହାଯାଉଛି । ପାକିସ୍ତାନ ସଂସଦରେ ଆଜି ଇମ୍ରାନ ଖାନ୍‌ଙ୍କ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବା ଏହା ପରେ ୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ । ଇମ୍ରାନ ଖାନ୍‌ଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଆଉ ୮ ସଂସଦଙ୍କ ସମର୍ଥନ କମ ରହିଛି । ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ମୋଟ ୩୪୨ ସଦସ୍ୟ ଅଛନ୍ତି ।

ଇମ୍ରାନ ଖାନ୍ ଦଳ ତହରିକ୍‌-ଏ-ଇନସାଫ (ପିଟିଆଇ)ପାର୍ଟିକୁ କ୍ଷମତାରେ ରଖିବାକୁ ହେଲେ ପାଖାପାଖି ୧୭୨ ସାଂସଦଙ୍କ ସମର୍ଥନ ଜରୁରୀ । କିନ୍ତୁତାଙ୍କ ଦଳର ୧୫୫ ଜଣ ସଦସ୍ୟ ଅଛନ୍ତି । ଦେଶବାସୀଙ୍କୁ ଇମ୍ରାନ ଖାନ୍ସ ନ୍ଧ୍ୟାରେ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଥିବା ବେଳେ ଶେଷ ମୂହୁ ର୍ରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କୁହାଯାଉଥିଲା ଆସ୍ଥା ଭୋଟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ପରି ବଡ଼ ପଦକ୍ଷେପ ନେଇପାରନ୍ତି ଇମ୍ରାନ ।କିନ୍ତୁ ଇମ୍ରାନ ଖାନ୍‌ଙ୍କୁ ସେନା ମୁଖ୍ୟ କମର ଜାଭେଦ ବାଜୱା ଭେଟିବା ପରେ ଦେଶରେ ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଇମ୍ରାନ୍ ଖାନ୍ ୨୦୧୮ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଚର୍ଚ୍ଚା ହେଉଛି ଯେ, ଇମ୍ରାନଙ୍କୁ କ୍ଷମତାରେ ଆଣିବାକୁ ସେନା ଗୁରୁତ୍ୱପର୍ଣ୍ଣ ଭୂମିକା ନିର୍ବାହ କରିଥିଲା । କିନ୍ତୁ ଏବେ ଯେହେତୁ ଇମ୍ରାନ କିଛି କମାଲ କରିପାରିଲେନି ତେଣୁ ତାଙ୍କୁ ହଟାଇବାକୁ ସ୍ଥିର କରାଯାଇଛି । ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆସିଛି ।

Leave A Reply

Your email address will not be published.