ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ପଶ୍ନ, ଅନଲାଇନରେ ପାଠ ପଢୁଛ ନା ରିଲ୍ସ ଦେଖୁଛ

0

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ଠାରେ ହେଉଥିବା କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଆଗାମୀ ପରୀକ୍ଷା ପାଇଁ ଶୁଭକାମନା ଜଣାଇଛନ୍ତି । ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟିଗଲାଣି । ସମୟ ବଦଳିବା ସହ ମାଧ୍ୟମ ବଦଳୁଛି । ମାଧ୍ୟମ ସମସ୍ୟା ନୁହେଁ, ଧ୍ୟାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା ଅଫଲାଇନ କି ଅନଲାଇନ ନୁହେଁ, ମନ ନଲାଗିବା ହେଉଛି ସମସ୍ୟା । ପରୀକ୍ଷାକୁ ପର୍ବ ଭାବିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଭୟକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । କିଛି ଛାତ୍ରୀ ଅଫଲାଇନ ଓ ଅନଲାଇନ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେବ ହେଉଥିବା ସମସ୍ୟା ଯେପରିକି ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା,ୟ୍ୟୁଟୁବ ଦେଖିବା ଭଳି ଅଭ୍ୟାସରୁ କିଭଳି ଦୂରେଇ ରହିବେ ସେ ନେଇ ପ୍ରଶ୍ନ ପଚାରିଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୋଦୀ ପିଲାଙ୍କୁ ଏକ ପ୍ରଶ୍ନ କରିଥିଲେ, ଯେତେବେଳେ ତୁମେ ଅନଲାଇନରେ ପଢୁଛ ସତରେ ପଢୁଛ ନା ରିଲ୍ସ ଦେଖୁଛ । ଏହା ଅନଲାଇନ କିମ୍ବା ଅଫଲାଇନର ଦୋଷ ନୁହେଁ । ଅନେକ ସମୟରେ ଛାତ୍ରଛାତ୍ରୀ ଶ୍ରେଶୀଗୃହରେ ଥିଲେ ବି ମନ ଆଉ କେଉଁଠି ଥାଏ । ଫଳରେ ଆମେ ପାଠ ବୁଝିପାରୁନଥାଉ । ତେଣୁ ମାଧ୍ୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ରହିବା କଥା ନୁହେଁ । ଯଦି ଇଚ୍ଛା ଥାଏ ତେବେ ଅଫଲାଇନ ଓ ଅନଲାଇନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ପରୀକ୍ଷାକୁ ନେଇ ଆଦୌ ଆତଙ୍କିତ ହେବାର ନାହିଁ । ଶିକ୍ଷାନୀତି ଲାଗୁ କରିବା ପୂର୍ବରୁ ବହୁ ମାନସ ମନ୍ଥନ କରିଛୁ । ପିଲାଙ୍କ ଇଛା ଓ ଆକାଂକ୍ଷାକୁ ଜାଣିବା ଜରୁରୀ । ଶିକ୍ଷକମାନେ ପିଲାଙ୍କୁ ଅନାବଶ୍ୟକ ବୋଝ ଲଦନ୍ତୁ ନାହିଁ । ନିଜର ସ୍ୱପ୍ନ ପୂରଣ ପାଇଁ ପିଲାଙ୍କ ଉପରେ ଚାପ ନପକାଇବାକୁ ଅଭିଭାବକଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.