ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି, ଜନତା-ପୁଲିସ ମୁହାଁମୁହିଁ

0

ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ମଧ୍ୟରେ ଏବେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ପୁଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ଗୋଟବାୟା ରା ଜପକ୍ଷେଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ଲୋକ ବିକ୍ଷୋଭ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷରେ କିଛି ଜଣ ଆହତ ହୋଇଥିବା ଖବର ମିଳିଛି । ସହରରେ ଏବେ କିଛି ସ୍ଥାନରେ କର୍ଫ୍ୟୁ ଲଗାଯାଇଛି ।

ଗୁରୁବାର ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ୫ ହଜାରରୁ ଅଧିକ ଲୋକ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ମାନେ ଗୋଟେ ବସ,ପୁଲିସ ଜିପ୍‌ ଓ ବାଇକ ଜାଳିଦେଇଥିବା ପୁଲିସ କହିଛି ।ଆନ୍ଦୋଳନ ବେଳେ ପୁଲିସ ୪୫ ଜଣଙ୍କୁ ଗିରଫ କରିଛି । ଶ୍ରୀଲଙ୍କାରେ ଘୋର ଖାଦ୍ୟ ଅଭାବ ଦେଖାଦେଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁନାହିଁ ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରାରେ ବୃଦ୍ଧି ପାଉଥିବାବେଳେ ଲୋକେ ଖାଇବାକୁ ପାଉନାହାନ୍ତି । ସରକାରଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ଅତ୍ୟାବଶ୍ୟକ ବୈଦେଶିକ ମୂଦ୍ରା ନାହିଁ । ତେଣୁ ବିଦ୍ୟୁ୍‌ତ ବଂଚାଇବା ପାଇଁ ଶ୍ରୀଲଙ୍କା ସହରରେ ଲାଗିଥିବା ସବୁ ଷ୍ଟ୍ରିଟ ଲାଇଟ ବନ୍ଦ କରିଦିଆଯାଇଛି । ପ୍ରାୟ ଅଢେଇ କୋଟି ଲୋକ ୨୪ ଘଂଟାରୁ ୧୩ ଘଂଟା ବିନା ବିଦ୍ୟୁତରେ ରହୁଛନ୍ତି ।

ବିଗତ ଦଶନ୍ଧୀ ମଧ୍ୟରେ ଶ୍ରୀଲଙ୍କାରେ କେବେ ବି ଏଭିଳି ସ୍ଥିତି ଉପୁଜିନଥିଲା । ଶ୍ରୀଲଙ୍କା ଉପରେ ୫୧ ବିଲିୟନ ଡଲାର ଅର୍ଥାତ ୩ ଲକ୍ଷ ହଜାର ୨ ଶହ ୫୨ କୋଟିରୁ ଅଧିକ ଋଣ ରହିଛି ।କରୋନା ସଂକ୍ରମଣ ଯୋଗୁଁ ୨୦୨୦ରୁ ଶ୍ରୀଲଙ୍କାରେ ମୂଦ୍ରାସ୍ପିତି ୧୮.୭ ପ୍ରତିଶତ ରହିଛି । ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୂଦ୍ରା୍‌ସ୍ପିତି ୩୦.୨ ପ୍ରତିଶତ ରହିଛି ।

Leave A Reply

Your email address will not be published.