ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବଢିଲା ଅଣ ସବସିଡି ଗ୍ୟାସ ଦର

0

ମାସ ଆରମ୍ଭରୁ ମହଙ୍ଗା ମାଡ଼ । ନୂଆ ମାସ ଆରମ୍ଭ ହେଉ ହେଉ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ । ସରକାରୀ ତୈଳ କମ୍ପାନୀ ଗୁଡିକ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କେଜିର ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଅଣ ସବସିଡି ଗ୍ୟାସ ଦର ୨୫୦ ଟଙ୍କା ବୃଦ୍ଧି ହୋଇଛି । ଅଣ ସବସିଡି ଗ୍ୟାସ ଦର ୨୫୦ ଟଙ୍କା ବୃଦ୍ଧି ପରେ କୋଲକାତାରେ ଏହି ସିଲିଣ୍ଡର ଦାମ ୨ ହଜାର୩୫୧ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨ହଜାର ୨୦୫ ଓ ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ଅଣ ସବସିଡି ଗ୍ୟାସ ଦର ହୋଇଛିା ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଅଣ ସବସିଡି ଗ୍ୟାସ । ଏହା ପୂର୍ବରୁ ସରକାର ମାର୍ଚ୍ଚ ୧ରେ ବ୍ୟବସାୟିକ ସିଲିଣ୍ଡରର ଦାମ ୧୦୫ ଟଙ୍କା ବୃଦ୍ଧି କରିଥିଲେ । ସେହିପରି ମାର୍ଚ୍ଚ ୨୨ରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ଘରୋଇ ଗ୍ୟାସ ଦରରେ କୌଣସି ବୃଦ୍ଧି କରାଯାଇନି ।

Leave A Reply

Your email address will not be published.