ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟବାସୀ ପାଳୁଛନ୍ତି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୬ ବର୍ଷ

0

ଆଜି ଉତ୍କଳ ଦିବସ । ଯେବେ କ୍ୟାଲେଣ୍ଡରରେ ଏଇ ଏପ୍ରିଲ ୧ ଚାଲିଆସେ , ସେତେବେଳେ ନିଜେ ଓଡିଆ ଓ ନିଜ ଜନ୍ମମାଟି ଓଡିଶାକୁ ନେଇ ବହୁତ ଗର୍ବ କରିବାକୁ ଇଛା ହୁଏ । ଓଡିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବସ୍ମରଣୀୟ ତାରିଖ । ।କାହିଁକି ନା , ଆଜିର ଦିନରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ଉତ୍କଳ ପ୍ରଦେଶ । ୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଢା ହୋଇଥିଲା ଓଡିଶା ।

କରୋନା ପାଇଁ ଗତ ଦୁଇ ବର୍ଷ ହେବ ରାଜ୍ୟରେ ଉତ୍କଳ ଦିବସ ପାଳନ ହେଉନଥିବା ବେଳେ ଏଥର ମହାସମାରୋହରେ ପାଳିତ ହେଉଛି । ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଗୁଞ୍ଜରିତ ହେଉଛି ଓଡିଶା । ସନ୍ଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ଏକା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏହା ସହିତ ବିଭିନ୍ନ ବରପୁତ୍ରଙ୍କ ଦ୍ୱାରା ରଚିତ ୧୦ଟି ସଙ୍ଗୀତ ଗାନ କରାଯିବ ।

ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ରାଜ୍ୟ । ମାଲକାନଗିରିରୁ ମୟୂରଭଞ୍ଜ, କେନ୍ଦ୍ରାପଡାରୁ ନୂଆପଡା । ଯାହା ଆଜି ୩୦ ଜିଲ୍ଲା ଭିତରେ ଆବଦ୍ଧ ଅଛି । ଦିନେ ସେ ଗଙ୍ଗାଠୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଆଉ ୧୯୩୬ ମସିହାରେ ଯେତେବେଳେ ସେ ନୂଆ ପରିଚୟ ପାଇଥିଲା । ସେତେବେଳେ ଭାଷା ଭିତ୍ତିରେ ଭାରତରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ । ଯାହାର ନାଁ ଥିଲା ଓଡିଶା । କଟକ,ପୁରୀ, ବାଲେଶ୍ୱର,ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ । ମାତ୍ର ଏହି ୬ଟି ଜିଲ୍ଲାକୁ ନେଇ ସେତେବେଳେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ।

ଆଉ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଓଡିଆ ପୁଅ ମାନେ । ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସଙ୍କ ଭଳି ଓଡିଆ ପୁଅଙ୍କ ପାଇଁ ବ୍ରିଟିଶ ଶାସନଧୀନ ରାଇଜରେ ଆନ୍ଦୋଳନ ତେଜିଥିଲା । ଆଉ ଶେଷରେ ସବୁ ଘାତ ପ୍ରତିଘାତକୁ ପାର କରି ଏପ୍ରିଲ ୧ , ୧୯୩୬ ମସିହାରେ ଗଠନ ହୋଇଥିଲା ଆମ ସମସ୍ତଙ୍କ ଓଡିଶା ରାଜ୍ୟ । ଯାହାକୁ ଆମେ ଆଜି ଉତ୍କଳ ଦିବସ ଭାବେ ପାଳନ କରୁଛୁ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ଆଜି ପୁରିଛି ୮୬ ବର୍ଷ । ଅର୍ଥାତ ୧୯୩୬ରୁ ୨୦୨୨ ଭିତରେ ସ୍ୱତନ୍ତ୍ର ଓଡିଶା ଦେଖିଛି ୮୬ ବର୍ଷର ଦୀର୍ଘ ଯାତ୍ରା । ହେଲେ ଏ ମାଟିର ଇତିହାସ କହିଲେ ବୋଧେ ହୁଏ ସମୟର ଅଭାବ ପଡିବ । ଓଡିଶାର ପରମ୍ପରା, ସଂସ୍କୃତି, ଆଉ ଇତିହାସ କଥା କହିେଏ ରାତି ପାହିଯିବ । ତଥାପି ଓଡିଶାର ଗାଥା ଗୌରବ, ଗାରିମାର ଅବର୍ଣ୍ଣୀୟ କାହାଣୀ, ଶେଷ ହେଉନଥିବ ।

Leave A Reply

Your email address will not be published.