ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ମାନସ ହତ୍ୟା: ଡେମୋ ଦେଖାଉଛି ଅଭିଯୁକ୍ତ

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ । କେମିତି ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା ଏବଂ ଅପହରଣ ପରେ ହତ୍ୟା ଓ ଶବକୁ ପୋତାଯାଇଥିଲା । ସବୁ କ୍ରାଇମ ସିନ୍‌ ରିକ୍ରିଏସନ କରଯାଊଛି । ମୁଖ୍ୟ ଅଭିଯୁକ୍ତ ଶମି ର୍ଷ୍ଠା ସମେତ ୪ ଜଣଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ଆଜି ପ୍ରଥମେ ଚାନ୍ଦବାଲି ପଳାସପୁରକୁ ୪ ଅଭିଯୁକ୍ତଙ୍କୁ ନିଆଯାଇଛି । ଶର୍ମିଷ୍ଠାଙ୍କ ସମେତ, ଝୁନା ଭୋଇ, ନିରଞ୍ଜନ ଓ ରଂଜନକୁ ଘଟଣା ସ୍ଥଳୁ ନିଆଯାଇଛି । ମାନସଙ୍କୁ ଯେଉଁ ଯାଗାରୁ ଅପହରଣ କରିଥିଲେ ସେହି ଘଟଣା ସ୍ଥଳକୁ ଅଭିଯୁକ୍ତଙ୍କୁ ନିଆଯାଇଛି । କେମିତି ସେମାନେ ଅପହରଣ କରିଥିଲେ ତାହା କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ।

ଫେବୃଆରୀ ୬ ତାରିଖରେ ଏଠାରେ ଏକ ବାହାଘରରେ ଫଟୋ ସୁଟ୍ ପାଇଁ ମାନସ ଆସିଥିଲେ । ଏହା ପରେ ଏଠାରୁ ହିଁ ତାଙ୍କୁ ଅପହରଣ କରାଯାଇଥିଲା । ଆଜି ୩ଟି ଜାଗାରେ କ୍ରାଇମ ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲିରୁ ଫେରିବା ପରେ ଅଭିଯୁକ୍ତ ନେଇ ଦୟାଲ ଆଶ୍ରମ ଆସିବ କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁଠାରେ ମାନସକୁ ମାଡ଼ ମରାଯାଇଥିଲା । ଏହା ପରେ ନୟାଗଡରେ ଶବ ପୋତାଯାଇଥିବା ସ୍ପଟ୍‌କୁ ଅଭିଯୁକ୍ତଙ୍କୁ ନେବ କ୍ରାଇମବ୍ରାଞ୍ଚ । ଗତକାଲି ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଥିଲା ରଞ୍ଜନ । କେମିତି ମାନସଙ୍କୁ ହତ୍ୟା କରାଯାଇଥିଲା ତାହା କହିଥିଲା । ଏହା ପରେ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ କିଭଳି ପୋଡାଯାଇଥିଲା ଏବଂ ମାରଣାସ୍ତ୍ର ଚଣ୍ଡିଖୋଲରେ ଲୁଚା ଯାଇଥିଲା ତାହା କହିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିଖୋଲ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ।

Leave A Reply

Your email address will not be published.