ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ହାତ ଗୋଡ଼ ବାନ୍ଧି ଲୁଟ୍‌

0

ହାତ ଗୋଡ଼ ବାନ୍ଧି ଲୁଟ । ହାତ ଗୋଡ ବାନ୍ଧି ୨୫ ଭରି ସୁନା ଅଳଙ୍କାର ସମେତ ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଲୁଟିନେଲେ ଦୁର୍ବୃତ୍ତ । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଏଭଳି ବଡ଼ ଧରଣର ଲୁଟ ହୋଇଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ଅନୁସାରେ ସାଇପ୍ରିୟା ନଗରର ଏମ ଭେଙ୍କେଟ ରାବନାଙ୍କ ଘରେ ଝରକା ବାନ୍ଧି ପଶିଥିଲେ ଦୁର୍ବୃତ୍ତ । ପାଖାପାଖି ୧୦ ଜଣ ଦୁର୍ବୃତ୍ତ ଲୁଟ ପାଇଁ ଘରେ ପଶିଥିଲେ। ୮ ଜଣ ଘର ଭିତରେ ଥିବା ବେଳେ ଅନ୍ୟମାନେ ବାହାରେ ଜଗିଥିଲେ । ଘରେ ପଶିଥିବା ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହା ପରେ ସୁନା ଅଳଙ୍କାର ଓ ଟଙ୍କା ଲୁଟ କରି ସେଠାରୁ ଛୁ ମାରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘରେ ବି ରହିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ତେବେ ଦୁର୍ବୃତ୍ତ ଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି ।

Leave A Reply

Your email address will not be published.