ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

0

ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବା ମିଳୁନି, ପିଇବାକୁ ପାଣି ନାହିଁ । ଲୋକମାନେ ଦୟନୀୟ ପରିସ୍ଥିତିରେ ଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍ ଡିଜେଲ ପଠାଇଛି । ଭାରତର ଏହା ହେଉଛି ଚତୃର୍ଥ ସହାୟତା ।

ରାଷ୍ଟ୍ରାୟାତ୍ତ ଇନ୍ଧନ ୟୁନିଟ୍ ସିଲନ୍‌ ବିଦ୍ୟୁତ ବୋର୍ଡର ଅଧିକାରୀମାନେ କହିଛନ୍ତି ଯେ, ଶ୍ରୀଲଙ୍କାରେ ଚାଲିଥିବା ବିଜୁଳି କାଟରେ ଭାରତର ଡିଜେଲ ଯୋଗାଣକୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ । ଶ୍ରୀଲଙ୍କାରେ ୧୩ ଘଣ୍ଟା ବିଜୁଳି କାଟ କରାଯାଇଛି । କୁହାଯାଉଛି ୧୯୯୬ରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ହୋଇଥିବା ବିଜୁଳି କାଟ ପରେ ଏହା ହେଉଛି ସବୁଠି ଅଧିକ ସମୟରେ ହୋଇଥିବା ବିଦ୍ୟୁତ କାଟ୍ ଭାରତ ଶ୍ରୀଲଙ୍କାକୁ ୪ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ ଚାଉଳ ଓ ଔଷଧ ମଧ୍ୟ ପଠାଇଛି ।

ଶ୍ରୀଲଙ୍କାରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଛି । ଦେଶରେ ଏବେ ଲୋକ ଭୋକ ଉପାସରେ ଆଉଟପାଉଟ ହେଉଛନ୍ତି । ଦରଦାମ ଆକାଶଛୁଆଁ ହୋଇଛି । ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚାଉଳ କିଲୋ ୫୦୦ ଟଙ୍କା ହୋଇଥିବା ବେଳେ ଚିନି କିଲୋ ୨୯୦ ଟଙ୍କା ହୋଇଛି । ଏପରିକି ଚା କପ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡୁଛି । ବିଦେଶୀ ଋଣ ବୋଝ ଏତେ ମାତ୍ରାରେ ବଢିଯାଇଛି ଯେ, ଋଣ ସୁଝିବାକୁ ଶ୍ରୀଲଙ୍କା ସରକାର ପାଖରେ ଅର୍ଥ ନାହିଁ ।

Leave A Reply

Your email address will not be published.