ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୁ୍ଙ୍କ ରୋଷଘରେ ଭାଙ୍ଗିଲା ଚୁଲି । ରୋଷଘରେ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇ ଚୁଲି ଭାଙ୍ଗିଦେଇଛନ୍ତି । ରୋଷଘରର ୪୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ସହ ଅନ୍ୟ ଚୁଲି ଗୁଡିକ ଭାଙ୍ଗିଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କ ଦୁଇଟି ଚୁଲି ମଧ୍ୟ ଭାଙ୍ଗିଯାଇଛି । ଏହି ଚୁଲିରେ ମହାପ୍ରଭୁ୍ଙ୍କ କାନିକା ଓ ଖେଚୁଡି ପ୍ରସ୍ତୁତ ହୁଏ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।କିଏ ଓ କାହିଁକି ଏଭଳି ରୋଷଘର ଚୁଲି ଭାଙ୍ଗିଲା ଜଣାପଡିନାହିଁ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚୁଲି ଭାଙ୍ଗିଥିବାରୁ ଭୋଗ ନୀତି ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ଘଟିପାରେ ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ