ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଜେଟିପିଙ୍କୁ ନୋଟିସ୍‌

0

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଏଯାଏଁ ଧରାପଡିନାହାନ୍ତି ଦୁର୍ବୃତ୍ତ। ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁ
ପରିସ୍ଥିତିରେ ଏଭଳି ଘଟିଲା ଜବାବ ରଖିବାକୁ ନିର୍ଦ୍ଦେଶ କରାଯାଇଛି। ତୁରନ୍ତ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨ ତାରିଖ ରାତି ଗୋଟାଏ ସମୟରେ ଏଭଳି ଘଟଣା ଘଟିଥିଲା । ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ ୪ ଜଣ ଜେଟିପି । ତେଣୁ କେମିତି ଚୁଲି ଭାଙ୍ଗିଲା ସେ ନେଇ ଜବାବ ରଖିବାକୁ ସେମାନଙ୍କୁ ନୋଟିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।

କିଏ ଚୁଲି ଭାଙ୍ଗିଲା ଏଯାଏଁ ଜଣାପଡିନଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ପଚରାଉଚରା କରୁଛି ପୁଲିସ । ସିସିଟିଭ ଫୁଟେଜ ଆଧାରରେ ଜଣକୁ ଚିହ୍ନଟ କରାଯାଇ ପଚରାଉଚରା କରାଯାଉଛି । ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଚୁଲି ଭାଙ୍ଗିବା ଭଳି ଅଘଟଣକୁ ଡାକି ଆଣିଛି ବୋଲି ଜଣାପଡିଛି । ଗତକାଲି ଶ୍ରୀମନ୍ଦିର ରୋଷଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି । କିଭଳି ଆଉ କେଉଁ ପରିସ୍ଥିତିରେ ଚୁଲି ଭାଙ୍ଗିଲା ଏବଂ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏସପି କଣ ପଦକ୍ଷେପ ନେଇଛନ୍ତି ସେ ନେଇ ପଚାରିବୁଝିଛନ୍ତି । ଏବଂ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.