ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ଧାମନଗର ଏନଏସିର ୬ଟି ବୁଥ୍‌ରେ ଆଜି ସାନି ମତଦାନ

0

ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ସାନି ମତଦାନ । ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଶାନ୍ତିଶୃଙ୍ଖଳାର ସହ ମଦଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ୍‌,୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ ଓ ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୪ ତାରିଖରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲାା ପରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ମତଦାନ ସେଠାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଆଜି ସେଠାରେ କଡ଼ା ସୁରକ୍ଷାରେ ମତଦାନ ପରେ ଆସନ୍ତାକାଲି ଭୋଟ ଗଣତି ହେବ । ସୁରକ୍ଷା ଦୃଷ୍ଟିରୁ ସେଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ଜଣ ଡିଏସପି ଇନ୍ସପେକ୍ଟର,ସବଇନ୍ସପେକ୍ଟର, ଏଏସଆଇ ଓ ମହିଳା ପୁଲିସ ମୁତୟନ କରାଯାଇଛି । ପ୍ରତ୍ୟେକ ବୁଥରେ ସିସିଟିଭି ଲଗାଯିବା ସହ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.