ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଜେଟିପିଙ୍କୁ ନୋଟିସ୍‌

0

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଏଯାଏଁ ଧରାପଡିନାହାନ୍ତି ଦୁର୍ବୃତ୍ତ। ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁ
ପରିସ୍ଥିତିରେ ଏଭଳି ଘଟିଲା ଜବାବ ରଖିବାକୁ ନିର୍ଦ୍ଦେଶ କରାଯାଇଛି। ତୁରନ୍ତ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨ ତାରିଖ ରାତି ଗୋଟାଏ ସମୟରେ ଏଭଳି ଘଟଣା ଘଟିଥିଲା । ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ ୪ ଜଣ ଜେଟିପି । ତେଣୁ କେମିତି ଚୁଲି ଭାଙ୍ଗିଲା ସେ ନେଇ ଜବାବ ରଖିବାକୁ ସେମାନଙ୍କୁ ନୋଟିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।

କିଏ ଚୁଲି ଭାଙ୍ଗିଲା ଏଯାଏଁ ଜଣାପଡିନଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ପଚରାଉଚରା କରୁଛି ପୁଲିସ । ସିସିଟିଭ ଫୁଟେଜ ଆଧାରରେ ଜଣକୁ ଚିହ୍ନଟ କରାଯାଇ ପଚରାଉଚରା କରାଯାଉଛି । ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଚୁଲି ଭାଙ୍ଗିବା ଭଳି ଅଘଟଣକୁ ଡାକି ଆଣିଛି ବୋଲି ଜଣାପଡିଛି । ଗତକାଲି ଶ୍ରୀମନ୍ଦିର ରୋଷଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି । କିଭଳି ଆଉ କେଉଁ ପରିସ୍ଥିତିରେ ଚୁଲି ଭାଙ୍ଗିଲା ଏବଂ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏସପି କଣ ପଦକ୍ଷେପ ନେଇଛନ୍ତି ସେ ନେଇ ପଚାରିବୁଝିଛନ୍ତି । ଏବଂ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.