ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ବୁଚା ନରସଂହାରକୁ ଭାରତର ନିନ୍ଦା

0

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ହୋଇଥିବା ବୁଚା ନରସଂହାରକୁ ନେଇ ଭାରତର ପ୍ରତିକ୍ରିୟା ଆସିଛି। ଜାତିସଂଘ ଭାରତ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଦାବିକୁ ମଧ୍ୟ ସମର୍ଥନ କରିଛି। କିଭ୍ ପାଖରେ ଥିବା ବୁଚା ସହରରେ ଋଷ ସେନା ଉପରେ ନରସଂହାର ଅଭିଯୋଗ ହୋଇଛି। ବୁଚା ଲୋକଙ୍କ ଦାବି ଅନୁସାରେ, ଋଷ ସେନା ସେଠାରେ ପ୍ରାୟ ୩୦୦ ଲୋକଙ୍କୁ ହତ୍ୟା କରିଛି। ବୁଚା ସହରର କିଛି ଦୃଶ୍ୟ ମଧ୍ୟ ସାମନାକୁ ଆସିଛି ଯେଉଁଥିରେ ରାସ୍ତା ଉପରେ କୁଢ କୁଢ ଶବ ପଡିଥିବା ଦେଖିବାକୁ ମିଳିଛି।

ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ଏଯାଏ ନିଜର ନିରପେକ୍ଷତା ସ୍ଥିତି ବଜାୟ ରଖିଛି। ଭାରତ ବାରମ୍ବାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅପିଲ କରିଛି । ଏବେ ଜାତିସଂଘରେ ଭାରତର ପ୍ରତିନିଧି ଟିଏସ ତ୍ରିମୂର୍ତ୍ତି ଏହି ମାମଲାରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ. ବୁଚା ନରସଂହାର ସ୍ୱତନ୍ତ୍ର ଯାଂଚ ହେବା ଆବଶ୍ୟକ।। ବୁଚାରୁ ଆସୁଥିବା ଖବର ଚିନ୍ତିତ କଲା ଭଳି। ଏହି ପୁରା ମାମଲାର ସ୍ୱତନ୍ତ୍ର ତଦନ୍ତ ଆବଶ୍ୟକ । ଯେତେବେଳେ ସାଧାରଣ ଲୋକଙ୍କ ଜୀବନ ଉପରେ କଥା ଆସେ, ସେତେବେଳେ କେବଳ କୂଟନୈତିକ ରାସ୍ତାରେ ଶାନ୍ତି ସ୍ଥାପନ କରାଯାଇପାରିବ।

ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ଉଦବୋଧନ ଦେଇ ଋଷ ବର୍ବରତାକୁ କଡ଼ା ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଋଷ ସେନାର ବର୍ବରତାରେ ବିଶ୍ୱ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ଋଷ ସେନା କରିଥିବା ଅଧିକ ବର୍ବରତାର ପ୍ରମାଣ ସାମନାକୁ ଆସିବ। ଋଷର ଏଭଳି ବର୍ବରତା ପାଇଁ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର ପାଇଁ ଜେଲେନସ୍କି ଦାବି କରିଥିଲେ।

Leave A Reply

Your email address will not be published.