ପ୍ରମୁଖ ଖବର

ଅଧାବାଟରେ ଅଟକିଲେ ପ୍ରଭୁ ଶ୍ରୀଲିଙ୍ଗରାଜ, ଆସନ୍ତାକାଲି ରାମେଶ୍ବର ମନ୍ଦିର ଅଭିମୁଖେ ପୁଣି ଗଡ଼ିବ ରୁକୁଣା ରଥ
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟରେ ଓଡ଼ିଶାର ଅନିମେଶ ପ୍ରଧାନ ଓ ତୃତୀୟରେ ଡି. ଅନନ୍ୟା ରେଡ୍ଡି
ବିଜେଡିରେ ମିଶିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ
୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି, ରଣପୁରରେ ସୁରମାଙ୍କୁ ଦଳ ଦେଲା ପୁଣି ସୁଯୋଗ, ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଭରସିଲା ବିଜେପି

୧୪ ଦିନରେ ୧୦ ଟଙ୍କା ବଢ଼ାଇଦେଲେଣି

0

ଭୁବନେଶ୍ବର: ଲଗାତର ଭାବେ ବଢିଚାଲିଛି ତେଲ ଦର। ଗତ ମାର୍ଚ୍ଚ ୨୨ରୁ ତୈଳ ଦର ଲଗାତର ଭାବେ ବଢୁଥିବା ବେଳେ କମିବାର ନାଁ ନେଉନି। ୧୪ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା ମହଙ୍ଗା ହେଲାଣି। ଆଜି ପୁଣି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବଢିଛି। ଆଗକୁ ଆହୁରି ମଧ୍ୟ ଦର ବଢିପାରେ ବୋଲି ଆଶଙ୍କା ରହିଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ଟପିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ରହିଛି ୧୦୪.୭୭ ଟଙ୍କା। ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି। ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି। ଲଗାତର ତୈଳ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେଲ ସହିତ ସିଏନଜି ଦର ମଧ୍ୟ ବୃଦ୍ଧି ପାଇଛି। ସିଏନଜି ମୂଲ୍ୟରେ ୨ଟଙ୍କା ୫୦ ପଇସା ବୃଦ୍ଧି। ଗତ ୫ ଦିନରେ ସିଏନଜି ୫ ଟଙ୍କା ୬୦ ପଇସା ମହଙ୍ଗା ହେଲାଣି
ଆଜି ଦିଲ୍ଲୀରେ ସିଏନଜି ଦର ପ୍ରତି କିଲୋ ୬୬ ଟଙ୍କା ୬୧ ପଇସା ରହିଛି।

Leave A Reply

Your email address will not be published.