ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

୧୪ ଦିନରେ ୧୦ ଟଙ୍କା ବଢ଼ାଇଦେଲେଣି

0

ଭୁବନେଶ୍ବର: ଲଗାତର ଭାବେ ବଢିଚାଲିଛି ତେଲ ଦର। ଗତ ମାର୍ଚ୍ଚ ୨୨ରୁ ତୈଳ ଦର ଲଗାତର ଭାବେ ବଢୁଥିବା ବେଳେ କମିବାର ନାଁ ନେଉନି। ୧୪ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା ମହଙ୍ଗା ହେଲାଣି। ଆଜି ପୁଣି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବଢିଛି। ଆଗକୁ ଆହୁରି ମଧ୍ୟ ଦର ବଢିପାରେ ବୋଲି ଆଶଙ୍କା ରହିଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ଟପିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ରହିଛି ୧୦୪.୭୭ ଟଙ୍କା। ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି। ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି। ଲଗାତର ତୈଳ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେଲ ସହିତ ସିଏନଜି ଦର ମଧ୍ୟ ବୃଦ୍ଧି ପାଇଛି। ସିଏନଜି ମୂଲ୍ୟରେ ୨ଟଙ୍କା ୫୦ ପଇସା ବୃଦ୍ଧି। ଗତ ୫ ଦିନରେ ସିଏନଜି ୫ ଟଙ୍କା ୬୦ ପଇସା ମହଙ୍ଗା ହେଲାଣି
ଆଜି ଦିଲ୍ଲୀରେ ସିଏନଜି ଦର ପ୍ରତି କିଲୋ ୬୬ ଟଙ୍କା ୬୧ ପଇସା ରହିଛି।

Leave A Reply

Your email address will not be published.