ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ବୁଚା ନରସଂହାରକୁ ଭାରତର ନିନ୍ଦା

0

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ହୋଇଥିବା ବୁଚା ନରସଂହାରକୁ ନେଇ ଭାରତର ପ୍ରତିକ୍ରିୟା ଆସିଛି। ଜାତିସଂଘ ଭାରତ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଦାବିକୁ ମଧ୍ୟ ସମର୍ଥନ କରିଛି। କିଭ୍ ପାଖରେ ଥିବା ବୁଚା ସହରରେ ଋଷ ସେନା ଉପରେ ନରସଂହାର ଅଭିଯୋଗ ହୋଇଛି। ବୁଚା ଲୋକଙ୍କ ଦାବି ଅନୁସାରେ, ଋଷ ସେନା ସେଠାରେ ପ୍ରାୟ ୩୦୦ ଲୋକଙ୍କୁ ହତ୍ୟା କରିଛି। ବୁଚା ସହରର କିଛି ଦୃଶ୍ୟ ମଧ୍ୟ ସାମନାକୁ ଆସିଛି ଯେଉଁଥିରେ ରାସ୍ତା ଉପରେ କୁଢ କୁଢ ଶବ ପଡିଥିବା ଦେଖିବାକୁ ମିଳିଛି।

ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ଏଯାଏ ନିଜର ନିରପେକ୍ଷତା ସ୍ଥିତି ବଜାୟ ରଖିଛି। ଭାରତ ବାରମ୍ବାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅପିଲ କରିଛି । ଏବେ ଜାତିସଂଘରେ ଭାରତର ପ୍ରତିନିଧି ଟିଏସ ତ୍ରିମୂର୍ତ୍ତି ଏହି ମାମଲାରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ. ବୁଚା ନରସଂହାର ସ୍ୱତନ୍ତ୍ର ଯାଂଚ ହେବା ଆବଶ୍ୟକ।। ବୁଚାରୁ ଆସୁଥିବା ଖବର ଚିନ୍ତିତ କଲା ଭଳି। ଏହି ପୁରା ମାମଲାର ସ୍ୱତନ୍ତ୍ର ତଦନ୍ତ ଆବଶ୍ୟକ । ଯେତେବେଳେ ସାଧାରଣ ଲୋକଙ୍କ ଜୀବନ ଉପରେ କଥା ଆସେ, ସେତେବେଳେ କେବଳ କୂଟନୈତିକ ରାସ୍ତାରେ ଶାନ୍ତି ସ୍ଥାପନ କରାଯାଇପାରିବ।

ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦକୁ ଉଦବୋଧନ ଦେଇ ଋଷ ବର୍ବରତାକୁ କଡ଼ା ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଋଷ ସେନାର ବର୍ବରତାରେ ବିଶ୍ୱ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ଋଷ ସେନା କରିଥିବା ଅଧିକ ବର୍ବରତାର ପ୍ରମାଣ ସାମନାକୁ ଆସିବ। ଋଷର ଏଭଳି ବର୍ବରତା ପାଇଁ ତୁରନ୍ତ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର ପାଇଁ ଜେଲେନସ୍କି ଦାବି କରିଥିଲେ।

Leave A Reply

Your email address will not be published.