ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଣି ବଢିଲା ସିଏନଜି ଦର

0

ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର । ପେଟ୍ରୋଲ, ଡିଜେଲ ସହିତ ସିଏନଜି ଦର ବଢିବାରେ ଲାଗିଛି । ଆଜି ସିଏନଜିର ଦର ପ୍ରତି କିଲୋ ପିଛା ୨ଟଙ୍କା ୫୦ ପଇସା ବଢିଛି । ଗୋଟିଏ ସପ୍ତାହରେ ଏବେ ଯାଏଁ ସିଏନଜିରେ ୯ ଟଙ୍କା ୧୦ ପଇସା ବୃଦ୍ଧି ହେଲାଣି । ତେବେ ପେଟ୍ରୋଲ ଓ ଡିଜେଲ ଦରରୁ ଗୁରୁବାର ଆଶ୍ୱସ୍ତି ମିଳିଛି । ସରକାର ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ଆଜି କୌଣସି ବୃଦ୍ଧି କରିନାହାନ୍ତି । ଗତ ୧୭ ଦିନରେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଛି ।କିଛି ଦିନ ଯାଏଁ ୮୦ ପଇସା ପ୍ରତି ଲିଟର ବୃଦ୍ଧି କରାଯାଇଛି ।

ଗତ କିଛି ଦିନ ତଳେ ସିଏନଜି ଦାମ ଅଢେଇ ଟଙ୍କା ପ୍ରତି କିଲୋ ବୃଦ୍ଧି ହୋଇଥିଲା । ଆଜି ଅଢେଇ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି ଦାମ ପ୍ରତି କିଲୋ ୬୯ ଟଙ୍କା ୧୧ ପଇସା ହୋଇଛି । ତେବେ ନୋଏଡା,ଗ୍ରେଟର ନୋଏଡା ଓ ଗାଜିଆବାଦରେ ୭୧ ଟଙ୍କା ୬୭ ପଇସା ପ୍ରତି କିଲୋରେ ବିକ୍ରି ହେଉଛି । ୟୁପି, ମୁଜାଫରନଗର,ମେରଠ ଓ ସାମଲିରେ ୭୬ ଟଙ୍କା ୩୪ ପଇସାରେ ସିଏନଜି ବିକ୍ରି ହେଉଛି । ଗୁରୁଗ୍ରାମରେ ସିଏନଜି ଦାମ ପ୍ରତି କିଲୋ ୭୭ ଟଙ୍କା ୪୪ ପଇସାରେ ପହଞ୍ଚିଛି । ସେହିପରି ରେବାଡିରେ ୭୯ ଟଙ୍କା୫୭ ପଇସାରେ ସିଏନଜି ମିଳୁଛି ।

Leave A Reply

Your email address will not be published.