ଦମୟନ୍ତୀ ମାଝି ହେଲେ କଟକର ଡେପୁଟି ମେୟର । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ଦାଖଲ କରିଥିବାରୁ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ସେ ନିର୍ବାଚିତ ହୋଇଛନ୍ତି । ବିଜେପି ଓ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ । ତେଣ ଦମୟନ୍ତୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେପଟେ କଟକର ମେୟର ଭାବେ ସୁବାସ ସିଂହ ଆଜି ଶପଥ ନେଇଛନ୍ତି । ୫୯ ଜଣ କର୍ପୋରେଟର ମଧ୍ୟ ସୁବାସ ସିଂହଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଆଜି କଟକ ମହାନଗର ନିଗମର ଡେପୁଟି ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହୋଇଛି ।ସେହିପରି ଆସନ୍ତାକାଲି ବ୍ରହ୍ମପୁର ମହାନଗର ନିଗମ ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପଦ ଲାଗି ମତଦାନ ହେବ ।
ପ୍ରମୁଖ ଖବର
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
ମହିଳା ସଂରକ୍ଷଣକୁ ମାୟାବତୀଙ୍କ ସମର୍ଥନ, ଏସ୍ସି-ଏସ୍ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍
ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ
ଉତ୍ତରାଖଣ୍ଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ
ମହିଳା ସଂରକ୍ଷଣ ଲାଗୁ କରିବାକୁ ସରକାର ପ୍ରତିବଦ୍ଧ: ମୋଦି
ବିସଲେରି ପାଣିର ମାନ ନେଇ ପ୍ରଶ୍ନ, କମ୍ପାନୀ ବିରୋଧରେ ମାମଲା
ସୀମା ନିର୍ଦ୍ଧାରଣ ବିଲ୍କୁ ଡିଏମକେର ସମର୍ଥନ