ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୁବାସ ନେଲେ ଶପଥ

0

ଶପଥ ନେଲେ କଟକର ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସହିଦ ଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ୍ ନାୟକ ଶପଥ ପାଠ କରାଇଛନ୍ତି ।ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

ଚଳିତ ପୌର ନିର୍ବାଚନରେ କଟକବାସୀ ସୁବାସ ସିଂହଙ୍କ ଭୋଟ ଦେଇ ମେୟର ଭାବେ ବିଜୟୀ କରିଥିଲେ । ସୁବାସ ସିଂହ କଂଗ୍ରେସର ଗିରିବାଳା ବେହେରାଙ୍କୁ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ମେୟର ଆସନ ହାତେଇଥିଲେ । ସୁବାସ ସିଂହଙ୍କୁ ମୋଟ ମିଳିଥିଲା ୧ ଲକ୍ଷ ୮ ହଜାର ୩୨୧ ଭୋଟ। ସେହିପରି ୩୮ଟି କର୍ପୋରେଟର ପଦ ହାତେଇଛି ବିଜେଡି ।

Leave A Reply

Your email address will not be published.