ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସୁବାସ ନେଲେ ଶପଥ

0

ଶପଥ ନେଲେ କଟକର ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସହିଦ ଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ୍ ନାୟକ ଶପଥ ପାଠ କରାଇଛନ୍ତି ।ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

ଚଳିତ ପୌର ନିର୍ବାଚନରେ କଟକବାସୀ ସୁବାସ ସିଂହଙ୍କ ଭୋଟ ଦେଇ ମେୟର ଭାବେ ବିଜୟୀ କରିଥିଲେ । ସୁବାସ ସିଂହ କଂଗ୍ରେସର ଗିରିବାଳା ବେହେରାଙ୍କୁ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ମେୟର ଆସନ ହାତେଇଥିଲେ । ସୁବାସ ସିଂହଙ୍କୁ ମୋଟ ମିଳିଥିଲା ୧ ଲକ୍ଷ ୮ ହଜାର ୩୨୧ ଭୋଟ। ସେହିପରି ୩୮ଟି କର୍ପୋରେଟର ପଦ ହାତେଇଛି ବିଜେଡି ।

Leave A Reply

Your email address will not be published.