ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

0

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ୧୦୫ଟି ପୌରାଞ୍ଚଳରେ ରହିଛି ୫୮ଟି ଏନଏସି ଓ ୪୭ଟି ମ୍ୟୁନିସିପାଲଟି । ସକାଳ ୧୦ରୁ ୧୧ଟା ଭିତରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଅପରାହ୍ନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢେ ଗୋଟାଏରୁ ସାଢେ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ହେଲେ ଭୋଟିଂ ହେବ । ଉପାଧ୍ୟକ୍ଷ ପଦ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ପ୍ରତି ରାଉଣ୍ଡ ଅନୁଯାୟୀ ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ ଭୋଟ ପାଇଥିବା ଜଣେ ଲେଖାଁଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ହଟିବେ । ଶେଷ ୨ ଜଣଙ୍କ ମଧ୍ୟରେ ଲଢେଇ ଚୂଡାନ୍ତ ହେବ । ମତଦାନ ପରେ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।

ଚଳିତଥର ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେ ମାନଙ୍କୁ ନିଜ ଭୋଟ ଦେଖାଇବେ । ସେହିପରି ଆଜି କଟକ, ଆସନ୍ତାକାଲି ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ ।

Leave A Reply

Your email address will not be published.