ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

0

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ୧୦୫ଟି ପୌରାଞ୍ଚଳରେ ରହିଛି ୫୮ଟି ଏନଏସି ଓ ୪୭ଟି ମ୍ୟୁନିସିପାଲଟି । ସକାଳ ୧୦ରୁ ୧୧ଟା ଭିତରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଅପରାହ୍ନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢେ ଗୋଟାଏରୁ ସାଢେ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ହେଲେ ଭୋଟିଂ ହେବ । ଉପାଧ୍ୟକ୍ଷ ପଦ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ପ୍ରତି ରାଉଣ୍ଡ ଅନୁଯାୟୀ ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ ଭୋଟ ପାଇଥିବା ଜଣେ ଲେଖାଁଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ହଟିବେ । ଶେଷ ୨ ଜଣଙ୍କ ମଧ୍ୟରେ ଲଢେଇ ଚୂଡାନ୍ତ ହେବ । ମତଦାନ ପରେ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।

ଚଳିତଥର ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେ ମାନଙ୍କୁ ନିଜ ଭୋଟ ଦେଖାଇବେ । ସେହିପରି ଆଜି କଟକ, ଆସନ୍ତାକାଲି ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ ।

Leave A Reply

Your email address will not be published.