ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଦଳିଲା ଜେଇଇ ମେନ୍ ପରୀକ୍ଷା ତାରିଖ

0

ବଦଳିଲା ଜେଇଇ ମେନ୍ ତାରିଖ । ଜେଇଇ ମେନ୍ ୨୦୨୨ ପରୀକ୍ଷା ପାଇଁ ଆସିଲା ନୂଆ ତାରିଖ । ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ଚଳିତ ବର୍ଷ ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ବୁଧବାରଠୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହା ମେ ୬ ତାରିଖ ଯାଏଁ ଚାଲିବ । ପୂର୍ବରୁ ଜେଇଇ ମେନ୍ ସେସନ୍‌-୧ ପରୀକ୍ଷା ଏପ୍ରିଲ ୨୧, ୨୪,୨୫, ୨୯ ଏବଂ ମେ’ ୪ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି । ଏବେ ସେସନ-୧ ପରୀକ୍ଷା ଜୁନ ୨୦ରୁ ୨୯ ତାରିଖ ଯାଏଁ ହେବ । ସେହିପରି ସେସନ୍‌-୨ ପରୀକ୍ଷା ପୂର୍ବରୁ ମେ୨୪ରୁ ୨୯ ଯାଏଁ ହେବାର ଥିଲା । ଏବେ ସେସନ୍‌-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ଯାଏଁ ହେବ । ବିଭିନ୍ନ ଦିଗକୁ ବିଚାର କରି ପରୀକ୍ଷା ସୂଚୀ ପରିବର୍ତ୍ତନ କଲା ଏନଟିଏ । ଖୁବ ଶୀଘ୍ର ଆଡମିଟ୍ କାର୍ଡ ଜାରି ହୋଇପାରେ । ସେସନ-୧ ପାଇଁ ଅନଲାଇନ ପଞ୍ଜୀକରଣ ଶେଷ ହୋଇଛି । ସେସନ୍‌-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ ।

Leave A Reply

Your email address will not be published.