ବଦଳିଲା ଜେଇଇ ମେନ୍ ତାରିଖ । ଜେଇଇ ମେନ୍ ୨୦୨୨ ପରୀକ୍ଷା ପାଇଁ ଆସିଲା ନୂଆ ତାରିଖ । ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ଚଳିତ ବର୍ଷ ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ବୁଧବାରଠୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହା ମେ ୬ ତାରିଖ ଯାଏଁ ଚାଲିବ । ପୂର୍ବରୁ ଜେଇଇ ମେନ୍ ସେସନ୍-୧ ପରୀକ୍ଷା ଏପ୍ରିଲ ୨୧, ୨୪,୨୫, ୨୯ ଏବଂ ମେ’ ୪ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି । ଏବେ ସେସନ-୧ ପରୀକ୍ଷା ଜୁନ ୨୦ରୁ ୨୯ ତାରିଖ ଯାଏଁ ହେବ । ସେହିପରି ସେସନ୍-୨ ପରୀକ୍ଷା ପୂର୍ବରୁ ମେ୨୪ରୁ ୨୯ ଯାଏଁ ହେବାର ଥିଲା । ଏବେ ସେସନ୍-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ଯାଏଁ ହେବ । ବିଭିନ୍ନ ଦିଗକୁ ବିଚାର କରି ପରୀକ୍ଷା ସୂଚୀ ପରିବର୍ତ୍ତନ କଲା ଏନଟିଏ । ଖୁବ ଶୀଘ୍ର ଆଡମିଟ୍ କାର୍ଡ ଜାରି ହୋଇପାରେ । ସେସନ-୧ ପାଇଁ ଅନଲାଇନ ପଞ୍ଜୀକରଣ ଶେଷ ହୋଇଛି । ସେସନ୍-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ ।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ