ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଆଶାରାମଙ୍କ ଆଶ୍ରମରେ ନାବାଳିକାର ଶବ

0

ଜେଲରେ ବନ୍ଦୀ ଥିବା ବାବା ଆଶାରାମଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ସ୍ଥିତ ଆଶ୍ରମକୁ ଜଣେ ନାବାଳିକାର ମୃତଦେହ ମିଳିଛି ।ନାବାଳିକାର ବୟସ ୧୩ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତହେଦକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବ ସୂଚନା ଅନୁସାରେ, ଏହି ମାମଲା କୋଟୱାଲୀ ଅଂଚଳ ଅନ୍ତର୍ଗତ ଭିମାଉରର । ଏଠାରେ ଆଶାରାମଙ୍କ ଆଶ୍ରମ ଅଛି । ନାବାଳିକାଟି ଏପ୍ରିଲ ୫ରୁ ନିଖୋଜ ଥିଲା। କୌଣସି ପତ୍ତା ମିଳୁନଥିବା ବେଳେ ଆଜି ଏଠାରେ ରହିଥିବା ଏକ କାର ଭିତରୁ ନାବାଳିକା ର ମୃତଦେହ ଉଦ୍ଧାର କରାଯାଇଛି । କାର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ଆଶ୍ରମ କର୍ମଚାରୀ ଗାଡି ଖୋଲି ଦେଖିଥିଲେ । ଏହା ପରେ ଗାଡି ଭିତରେ ନାବାଳିକାର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତଦେହ ଉଦ୍ଧାର ପରେ କାରକୁ ସିଜ୍ କରାଯିବା ସହ ଆଶ୍ରମକୁ ସିଲ୍ କରିଦିଆଯାଇଛି ।

୨୦୧୩ରେ ଆଶ୍ରମରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବାବା ଆଶାରାମ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନାବାଳିକାର ଅଭିଯୋଗ ଥିଲା ଯେ, ଆଶରାମ ତାକୁ ଯୋଧପୁର ପାଖରେ ଥିବା ମଣାଇ ଅଂଚଳର ଆଶ୍ରମକୁ ଡାକିଥିଲେ । ଏବଂ ୨୦୧୩ ,ଅଗ୍‌ଷ୍ଟ ୧୫ ତାରିଖ ରାତିରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ୨୦୧୩ରୁ ହିଁ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଶାରାମ ବାପୁ ଅଛନ୍ତି । ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।

Leave A Reply

Your email address will not be published.