ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଆଶାରାମଙ୍କ ଆଶ୍ରମରେ ନାବାଳିକାର ଶବ

0

ଜେଲରେ ବନ୍ଦୀ ଥିବା ବାବା ଆଶାରାମଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ସ୍ଥିତ ଆଶ୍ରମକୁ ଜଣେ ନାବାଳିକାର ମୃତଦେହ ମିଳିଛି ।ନାବାଳିକାର ବୟସ ୧୩ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତହେଦକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବ ସୂଚନା ଅନୁସାରେ, ଏହି ମାମଲା କୋଟୱାଲୀ ଅଂଚଳ ଅନ୍ତର୍ଗତ ଭିମାଉରର । ଏଠାରେ ଆଶାରାମଙ୍କ ଆଶ୍ରମ ଅଛି । ନାବାଳିକାଟି ଏପ୍ରିଲ ୫ରୁ ନିଖୋଜ ଥିଲା। କୌଣସି ପତ୍ତା ମିଳୁନଥିବା ବେଳେ ଆଜି ଏଠାରେ ରହିଥିବା ଏକ କାର ଭିତରୁ ନାବାଳିକା ର ମୃତଦେହ ଉଦ୍ଧାର କରାଯାଇଛି । କାର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ଆଶ୍ରମ କର୍ମଚାରୀ ଗାଡି ଖୋଲି ଦେଖିଥିଲେ । ଏହା ପରେ ଗାଡି ଭିତରେ ନାବାଳିକାର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତଦେହ ଉଦ୍ଧାର ପରେ କାରକୁ ସିଜ୍ କରାଯିବା ସହ ଆଶ୍ରମକୁ ସିଲ୍ କରିଦିଆଯାଇଛି ।

୨୦୧୩ରେ ଆଶ୍ରମରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବାବା ଆଶାରାମ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନାବାଳିକାର ଅଭିଯୋଗ ଥିଲା ଯେ, ଆଶରାମ ତାକୁ ଯୋଧପୁର ପାଖରେ ଥିବା ମଣାଇ ଅଂଚଳର ଆଶ୍ରମକୁ ଡାକିଥିଲେ । ଏବଂ ୨୦୧୩ ,ଅଗ୍‌ଷ୍ଟ ୧୫ ତାରିଖ ରାତିରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ୨୦୧୩ରୁ ହିଁ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଶାରାମ ବାପୁ ଅଛନ୍ତି । ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।

Leave A Reply

Your email address will not be published.