ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଆଶାରାମଙ୍କ ଆଶ୍ରମରେ ନାବାଳିକାର ଶବ

0

ଜେଲରେ ବନ୍ଦୀ ଥିବା ବାବା ଆଶାରାମଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ସ୍ଥିତ ଆଶ୍ରମକୁ ଜଣେ ନାବାଳିକାର ମୃତଦେହ ମିଳିଛି ।ନାବାଳିକାର ବୟସ ୧୩ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତହେଦକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବ ସୂଚନା ଅନୁସାରେ, ଏହି ମାମଲା କୋଟୱାଲୀ ଅଂଚଳ ଅନ୍ତର୍ଗତ ଭିମାଉରର । ଏଠାରେ ଆଶାରାମଙ୍କ ଆଶ୍ରମ ଅଛି । ନାବାଳିକାଟି ଏପ୍ରିଲ ୫ରୁ ନିଖୋଜ ଥିଲା। କୌଣସି ପତ୍ତା ମିଳୁନଥିବା ବେଳେ ଆଜି ଏଠାରେ ରହିଥିବା ଏକ କାର ଭିତରୁ ନାବାଳିକା ର ମୃତଦେହ ଉଦ୍ଧାର କରାଯାଇଛି । କାର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ଆଶ୍ରମ କର୍ମଚାରୀ ଗାଡି ଖୋଲି ଦେଖିଥିଲେ । ଏହା ପରେ ଗାଡି ଭିତରେ ନାବାଳିକାର ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତଦେହ ଉଦ୍ଧାର ପରେ କାରକୁ ସିଜ୍ କରାଯିବା ସହ ଆଶ୍ରମକୁ ସିଲ୍ କରିଦିଆଯାଇଛି ।

୨୦୧୩ରେ ଆଶ୍ରମରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବାବା ଆଶାରାମ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ନାବାଳିକାର ଅଭିଯୋଗ ଥିଲା ଯେ, ଆଶରାମ ତାକୁ ଯୋଧପୁର ପାଖରେ ଥିବା ମଣାଇ ଅଂଚଳର ଆଶ୍ରମକୁ ଡାକିଥିଲେ । ଏବଂ ୨୦୧୩ ,ଅଗ୍‌ଷ୍ଟ ୧୫ ତାରିଖ ରାତିରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ୨୦୧୩ରୁ ହିଁ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଶାରାମ ବାପୁ ଅଛନ୍ତି । ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ ।

Leave A Reply

Your email address will not be published.