ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

କୋର୍ଟଙ୍କ ରାୟ ପରେ ଇମ୍ରାନ ଡାକିଲେ କ୍ୟାବିନେଟ ବୈଠକ

0

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭବିଷ୍ୟତ କଣ ହେବ ତାହା ଏବେ ସନ୍ଦେହ ଘେରରେ । କୋର୍ଟଙ୍କ ରାୟ ପରେ ବିରୋଧୀ ଉତ୍ସବ ମନାଉଥିବା ବେଳେ କ୍ଷମତା ବଜାୟ ରଖିବାକୁ ଆଜି ଇମ୍ରାନ ଖାନ୍ କ୍ୟାବିନେଟ ବୈଠକ ଡାକିଛନ୍ତି । ସେପଟେ ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍ । ପାକ ସୁପ୍ରିମୋକର୍ଟ ଆସନ୍ତାକାଲି ଦିନ ୧୦ଟା ବେଳେ ଇମ୍ରାନ ଖାନ ସରକାର ବିରୋଧରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନ୍‌ଙ୍କୁ ଝଟକା ଦେଇଥିଲେ । ବିଦେଶୀ ଷଡଯନ୍ତ୍ର ନାମରେ ନ୍ୟାସନାଲ ଆସେମ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ରୋକିବାକୁ କୋର୍ଟ ଅସାମ୍ବିଧାନିକ କହିଥିଲେ । ଏହା ସହ ୨୪ ଘଂଟା ମଧ୍ୟରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଉମର ଆଟା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଥିବା ବୃହତ ୫ ଜଣିଆ ବେଂଚ ଏହି ରାୟ ଦେଇଥିଲେ । କୋର୍ଟ ଆହୁରି ମଧ୍ୟ କହିଥିଲେ ଇମ୍ରାନ ଖାନ୍‌ଙ୍କ ପ୍ରସ୍ତାବ ଉପରେ ମୋହର ମାରି ପାକ ରାଷ୍ଟ୍ରପତି ପାକିସ୍ତାନ ସଂସଦକୁ ଭଙ୍ଗ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ବେଆଇନ ।

Leave A Reply

Your email address will not be published.