ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ

0

ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା ମାରିଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି ।

ଡିଏଚଏଲର କାର୍ଗୋ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ହୋଇଥିଲା ଯାହା ଫଳରେ ଜୁଆନ ସାନ୍ତା ମାରିଆ ବିମାନରେ ଏହାର ଜରୁରୀ ଅବତରଣ କରାଯାଇଥିଲା । ଜରୁରୀ ଅବତରଣ ବେଳେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଖଣ୍ଡ ହୋଇଯାଇଥିଲା । ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ଏହା ଯାତ୍ରୀ ବିମାନ ନଥିଲା,କାର୍ଗୋ ବିମାନ ଥିଲା । ଏହି ବିମାନରେ ଜିନିଷପତ୍ର ନେବାଆଣିବା କରାଯାଏ । ଏହି ବିମାନରେ କେବଳ କ୍ୟୁ ମେମ୍ବର ଦୁଇ ଜଣ ଥିଲେ । ଯେଉଁମାନେ ଠିକ୍ ଥିବା କୁହାଯାଉଛି । ପାଇଲଟଙ୍କୁ ମଧ୍ୟ ବେଶି ଆଘାତ ଲାଗିନଥିବା କୁହାଯାଉଛି । ଜର୍ମାନୀ କମ୍ପାନୀର ଡିଏଚଏଲ ହଳଦିଆ ରଙ୍ଗର ଏହ ବିମାନ ଯେତେବେଳେ ଅବତରଣ କରୁଥିଲା ସେତେବେଳେ ଏଥିରୁ ଧୂଆଁ ବାହାରିଥିଲା । କୁହାଯାଉଛି ଯେ, ଏହା ରନୱେରେ ଖସିଯିବା ପରେ ଏହାର ପଛ ଚକା ପାଖରୁ ଦୁଇ ଖଣ୍ଡ ହୋଇଯାଇଥିଲା ।

Leave A Reply

Your email address will not be published.