ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ

0

ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା ମାରିଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି ।

ଡିଏଚଏଲର କାର୍ଗୋ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ହୋଇଥିଲା ଯାହା ଫଳରେ ଜୁଆନ ସାନ୍ତା ମାରିଆ ବିମାନରେ ଏହାର ଜରୁରୀ ଅବତରଣ କରାଯାଇଥିଲା । ଜରୁରୀ ଅବତରଣ ବେଳେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଖଣ୍ଡ ହୋଇଯାଇଥିଲା । ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ଏହା ଯାତ୍ରୀ ବିମାନ ନଥିଲା,କାର୍ଗୋ ବିମାନ ଥିଲା । ଏହି ବିମାନରେ ଜିନିଷପତ୍ର ନେବାଆଣିବା କରାଯାଏ । ଏହି ବିମାନରେ କେବଳ କ୍ୟୁ ମେମ୍ବର ଦୁଇ ଜଣ ଥିଲେ । ଯେଉଁମାନେ ଠିକ୍ ଥିବା କୁହାଯାଉଛି । ପାଇଲଟଙ୍କୁ ମଧ୍ୟ ବେଶି ଆଘାତ ଲାଗିନଥିବା କୁହାଯାଉଛି । ଜର୍ମାନୀ କମ୍ପାନୀର ଡିଏଚଏଲ ହଳଦିଆ ରଙ୍ଗର ଏହ ବିମାନ ଯେତେବେଳେ ଅବତରଣ କରୁଥିଲା ସେତେବେଳେ ଏଥିରୁ ଧୂଆଁ ବାହାରିଥିଲା । କୁହାଯାଉଛି ଯେ, ଏହା ରନୱେରେ ଖସିଯିବା ପରେ ଏହାର ପଛ ଚକା ପାଖରୁ ଦୁଇ ଖଣ୍ଡ ହୋଇଯାଇଥିଲା ।

Leave A Reply

Your email address will not be published.