ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମାଟିରେ ମିଶିଲା ଝାରପଡ଼ା ହାଟ

0

ଆଜି ବିଏମସି ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘଦିନ ଧରି ଥିବା ଦୋକାନ ଗୁଡିକ ଜବରଦଖଲ ଉଚ୍ଛେଦ କରିଛି ବିଡିଏ । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକଙ୍କୁ କିଛି ନୋଟିସ ନଦେଇ ପ୍ରଶାସନ ସକାଳୁ ସକାଳୁ ଭଙ୍ଗାରୁଜା କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଝାରପଡା ଅଂଚଳରେ ଅଧିକାଂଶ ଲୋକ ଏଠାରେ ଦୋକାନ କରି ଚଳୁଥିବା ବେଳେ ହଠାତ ବିଏମସିର ଉଚ୍ଛେଦ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବ । ତେବେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଠାରେ ହାଟ ଉଚ୍ଛେଦ ହୋଇ ଅତ୍ୟାଧୁନିକ ନେବର ହୁଡ୍ ମାର୍କେଟ କମ୍ଲେକ୍ସ ନିର୍ମାଣ ହେବ ।ସାଧାରଣ ପ୍ରଶାସନର ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତାର କରାଯାଇଛି ।ଉଚ୍ଛେଦ ପୂର୍ବରୁ ଉତ୍ତେଜନା ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା ।

Leave A Reply

Your email address will not be published.