ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମାଟିରେ ମିଶିଲା ଝାରପଡ଼ା ହାଟ

0

ଆଜି ବିଏମସି ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘଦିନ ଧରି ଥିବା ଦୋକାନ ଗୁଡିକ ଜବରଦଖଲ ଉଚ୍ଛେଦ କରିଛି ବିଡିଏ । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକଙ୍କୁ କିଛି ନୋଟିସ ନଦେଇ ପ୍ରଶାସନ ସକାଳୁ ସକାଳୁ ଭଙ୍ଗାରୁଜା କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଝାରପଡା ଅଂଚଳରେ ଅଧିକାଂଶ ଲୋକ ଏଠାରେ ଦୋକାନ କରି ଚଳୁଥିବା ବେଳେ ହଠାତ ବିଏମସିର ଉଚ୍ଛେଦ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବ । ତେବେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଠାରେ ହାଟ ଉଚ୍ଛେଦ ହୋଇ ଅତ୍ୟାଧୁନିକ ନେବର ହୁଡ୍ ମାର୍କେଟ କମ୍ଲେକ୍ସ ନିର୍ମାଣ ହେବ ।ସାଧାରଣ ପ୍ରଶାସନର ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତାର କରାଯାଇଛି ।ଉଚ୍ଛେଦ ପୂର୍ବରୁ ଉତ୍ତେଜନା ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା ।

Leave A Reply

Your email address will not be published.