ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

0

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ଆଜି ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତିରେ ଶୁଭ ମୂହୁର୍ତ୍ତରେ ରଥ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିର ସ୍ଥିତ ମରିଚିକୁଣ୍ଡରୁ ପାଣି ଅଣାଯାଇ ରଥଖଳା ଠାରେ ଥିବା ମୁକ୍ତି ମଣ୍ଡପରେ ରଖାଯିବ । ବୃଷଭଙ୍କୁ ମନ୍ଦିରରୁ ଏହି ମଣ୍ଡପକୁ ବିଜେ କରାଯିବା ପରେ ଚାରି ଦୁଆର ବ୍ରହ୍ମ ପୂଜା କରି ରଥ ପ୍ରତିଷ୍ଠା କରାଯିବ ।

ଆସନ୍ତାକାଲି ରୁକୁଣା ରଥଯାତ୍ରା ନେଇ ମାଉସୀ ମା’ ଛକଠାରୁ ରଥ ରୋଡ୍ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏହି ଦୁଇ ଦିନ ସବୁ ଗାଡି ମାଉସୀ ମା’ ଛକ ଠାରୁ ମ୍ୟୁଜିୟମ ଛକ ଆଡକୁ ନହେଲେ ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ । ଏହା ସହ ରଥଖଳାରୁ ରଥରୋଡ଼ ମଧ୍ୟରେ କୌଣସି ଗାଡି ଯିବ ନାହିଁ । ଏହି ରାସ୍ତା ପରିବର୍ତ୍ତେ ମହଦେବ ମନ୍ଦିର ପଟୁ ବିଏମସି ମାର୍କେଟ କମ୍ପେକ୍ସ, ନଚେତ ବିନ୍ଦୁସାଗର ଦେଇ ଯାନବାହାନ ଚଳାଚଳ କରିବ । ରୁକୁଣା ରଥ ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ୩ ଜଣ ଅତିରିକ୍ତ ଡିସିପି, ୭ ଜଣ ଏସିପି, ୧୪ଜଣ ଇନ୍ସପେକ୍ଟର, ୬୦ ଜଣ ଏସଆଇ ଓ ଏଏସଆଇ, ୨୫ ଜଣ ହୋମଗାର୍ଡ ଓ ୧୬ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ।

Leave A Reply

Your email address will not be published.