ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲା: ପୋଲିସ ଜୁଲମକୁ ଚାରିଆଡୁ ନିନ୍ଦା

0

ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡୁ ନିନ୍ଦା । ଆଜି ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଇଛି । ରାଜ୍ୟବ୍ୟାପି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ କରିଛନ୍ତି । ଭଦ୍ରକ, ଫୁଲବାଣୀ, ଧର୍ମଶାଳା, ରାୟଗଡା,ମାଲକାନଗିରି ,କେନ୍ଦ୍ରାପଡା ସମେତ ସବୁ ଜିଲାରେ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ନୀଳଗିରି ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହି ମାମଲାରେ ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କୁ ବଦଳି କରାଯାଇଛି । ହେଡକ୍ୱାର୍ଟରକୁ ତାଙ୍କୁ ବଦଳି କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ଟ୍ରାନ୍ସଫର କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟ ଜିଲ୍ଲା ମୁଖ୍ୟାଳୟରେ ରହିବେ । ବଦଳି ନିର୍ଦ୍ଦେଶ ପାଇବା ପରେ ଦୁଇ ଅଧିକାରୀ ଥାନା ଛାଡି ଜିଲ୍ଲା ପୁଲିସ ହେଡକ୍ୱାର୍ଟରକୁ ଯାଇଛନ୍ତି । ଏହି ମାମଲାରେ ଜଣେ ହାବିଲଦାରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।

ତେବେ ଯଦି ହାବିଲଦାରଙ୍କୁ ସସପେଣ୍ଡ କରାଗଲା, ଆଇଆଇସିଙ୍କୁ କାହିଁକି ସସପେଣ୍ଡ କରାଗଲାନି ବୋଲି ପ୍ରଶ୍ନ ଉଠଛି । ସେପଟେ ଏହି ମାମଲାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଗଭୀର ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିବା ସହ ଜୁଲମ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏଡିଟର୍ସ ଗିଲ୍ଡ ହେଉଛି ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ସଂସ୍ଥା ।

ସେହିପରି ରାଜ୍ୟ ମାନବାଧିକାର କମିଶନ ମଧ୍ୟ ମାମଲାରେ ହସ୍ତକ୍ଷେପ କରିଛନ୍ତି । ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି ରାଜ୍ୟ ମାନବାଧିକାର କମିଶନ କହିଛନ୍ତି, ପୂର୍ବାଞ୍ଚଳ ଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ୧୫ ଦିନ ଭିତରେ ରିପୋର୍ଟ ଦିଅନ୍ତୁ ।

Leave A Reply

Your email address will not be published.