ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲା: ପୋଲିସ ଜୁଲମକୁ ଚାରିଆଡୁ ନିନ୍ଦା

0

ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡୁ ନିନ୍ଦା । ଆଜି ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଇଛି । ରାଜ୍ୟବ୍ୟାପି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ କରିଛନ୍ତି । ଭଦ୍ରକ, ଫୁଲବାଣୀ, ଧର୍ମଶାଳା, ରାୟଗଡା,ମାଲକାନଗିରି ,କେନ୍ଦ୍ରାପଡା ସମେତ ସବୁ ଜିଲାରେ ସାମ୍ବାଦିକ ମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ନୀଳଗିରି ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହି ମାମଲାରେ ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କୁ ବଦଳି କରାଯାଇଛି । ହେଡକ୍ୱାର୍ଟରକୁ ତାଙ୍କୁ ବଦଳି କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ଟ୍ରାନ୍ସଫର କରାଯାଇଛି । ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟ ଜିଲ୍ଲା ମୁଖ୍ୟାଳୟରେ ରହିବେ । ବଦଳି ନିର୍ଦ୍ଦେଶ ପାଇବା ପରେ ଦୁଇ ଅଧିକାରୀ ଥାନା ଛାଡି ଜିଲ୍ଲା ପୁଲିସ ହେଡକ୍ୱାର୍ଟରକୁ ଯାଇଛନ୍ତି । ଏହି ମାମଲାରେ ଜଣେ ହାବିଲଦାରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।

ତେବେ ଯଦି ହାବିଲଦାରଙ୍କୁ ସସପେଣ୍ଡ କରାଗଲା, ଆଇଆଇସିଙ୍କୁ କାହିଁକି ସସପେଣ୍ଡ କରାଗଲାନି ବୋଲି ପ୍ରଶ୍ନ ଉଠଛି । ସେପଟେ ଏହି ମାମଲାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଗଭୀର ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିବା ସହ ଜୁଲମ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏଡିଟର୍ସ ଗିଲ୍ଡ ହେଉଛି ଜାତୀୟ ସ୍ତରରେ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ସଂସ୍ଥା ।

ସେହିପରି ରାଜ୍ୟ ମାନବାଧିକାର କମିଶନ ମଧ୍ୟ ମାମଲାରେ ହସ୍ତକ୍ଷେପ କରିଛନ୍ତି । ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି ରାଜ୍ୟ ମାନବାଧିକାର କମିଶନ କହିଛନ୍ତି, ପୂର୍ବାଞ୍ଚଳ ଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ୧୫ ଦିନ ଭିତରେ ରିପୋର୍ଟ ଦିଅନ୍ତୁ ।

Leave A Reply

Your email address will not be published.