ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ସ୍କୁଲରେ ୧୩ ଛାତ୍ର, ୩ ଶିକ୍ଷକ ସଂକ୍ରମିତ, ବନ୍ଦ ହେଲା ପାଠପଢା

0

କରୋନା ସଂକ୍ରମଣରୁ ଟିକେ ଆଶ୍ୱସ୍ତି ମିଳିବା ପରେ ଏବେ ଧୀରେ ଧୀରେ ସବୁ ସ୍କୁଲ ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସ୍କୁଲ ଖୋଲିବାର ଦିନ କେଇଟା ନବିତିଣୁ ପୁଣି ଫେରିଛି କରୋନା ଭୟ । ନୋଏଡା ସେକ୍ଟର ୪୦ ସ୍ଥିତ ଖୈତାନ ସ୍କୁଲରେ ୧୩ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ କରୋନା ସଂକ୍ରମିତ ଥିବା ଜଣାପଡିଛି । ଏତେ ସଂଖ୍ୟାର ସଂକ୍ରମିତ ଚିହ୍ନଟ ପରେ ଏବେ ପାଇଁ ସ୍କୁଲକୁ ବନ୍ଦ କରିଦିଆଯାଇଛି ।

ସେହିପରି ଗାଜିଆବାଦ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଜିଲ୍ଲାର ୨ଟି ସ୍କୁଲର ୫ ଛାତ୍ର କରେନା ସଂକ୍ରମିତ ହୋଇଛନ୍ତି । ସ୍କୁଲରୁ ଏତେ ସଂଖ୍ୟକ ଛାତ୍ର ଓ ଶିକ୍ଷକ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢିଯାଇଛି । ସିଏମଓଙ୍କ କହିବା ଅନୁସାରେ, ଏହି ମାମଲାରେ ଏକ ଚିଠି ମିଳିଛି । କିନ୍ତୁ ସବୁ ସଂକ୍ରମିତ ଛାତ୍ର ଓ ଶିକ୍ଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ ।

ସ୍ୱାସ୍ଥ୍ୟବିଭାଗର କହିବା ହେଲା,ଏବେ ଏହାର ଯାଂଚ ଚାଲିଛି ଏବଂ ଖୁବଶୀଘ୍ର ଏନେଇ ବିସ୍ତୁତ ସୂଚନା ଦିଆଯିବ । ଏହା ପୂର୍ବରୁ ରବିବାର ଏପ୍ରିଲ ୧୦, ୨୦୨୨ରେ ଗାଜିଆବାଦର ବେସରକାରୀ ସ୍କୁଲରେ କରୋନା ସଂକ୍ରମିତ ଛାତ୍ର ଜଣାପଡିବା ପରେ ସ୍କୁଲକୁ ପୁରା ସପ୍ତାହେ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.