ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସ୍କୁଲରେ ୧୩ ଛାତ୍ର, ୩ ଶିକ୍ଷକ ସଂକ୍ରମିତ, ବନ୍ଦ ହେଲା ପାଠପଢା

0

କରୋନା ସଂକ୍ରମଣରୁ ଟିକେ ଆଶ୍ୱସ୍ତି ମିଳିବା ପରେ ଏବେ ଧୀରେ ଧୀରେ ସବୁ ସ୍କୁଲ ଖୋଲିବା ସହ ପାଠପଢା ଆରମ୍ଭ ହୋଇଛି । କିନ୍ତୁ ସ୍କୁଲ ଖୋଲିବାର ଦିନ କେଇଟା ନବିତିଣୁ ପୁଣି ଫେରିଛି କରୋନା ଭୟ । ନୋଏଡା ସେକ୍ଟର ୪୦ ସ୍ଥିତ ଖୈତାନ ସ୍କୁଲରେ ୧୩ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ କରୋନା ସଂକ୍ରମିତ ଥିବା ଜଣାପଡିଛି । ଏତେ ସଂଖ୍ୟାର ସଂକ୍ରମିତ ଚିହ୍ନଟ ପରେ ଏବେ ପାଇଁ ସ୍କୁଲକୁ ବନ୍ଦ କରିଦିଆଯାଇଛି ।

ସେହିପରି ଗାଜିଆବାଦ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଜିଲ୍ଲାର ୨ଟି ସ୍କୁଲର ୫ ଛାତ୍ର କରେନା ସଂକ୍ରମିତ ହୋଇଛନ୍ତି । ସ୍କୁଲରୁ ଏତେ ସଂଖ୍ୟକ ଛାତ୍ର ଓ ଶିକ୍ଷକ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢିଯାଇଛି । ସିଏମଓଙ୍କ କହିବା ଅନୁସାରେ, ଏହି ମାମଲାରେ ଏକ ଚିଠି ମିଳିଛି । କିନ୍ତୁ ସବୁ ସଂକ୍ରମିତ ଛାତ୍ର ଓ ଶିକ୍ଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ ।

ସ୍ୱାସ୍ଥ୍ୟବିଭାଗର କହିବା ହେଲା,ଏବେ ଏହାର ଯାଂଚ ଚାଲିଛି ଏବଂ ଖୁବଶୀଘ୍ର ଏନେଇ ବିସ୍ତୁତ ସୂଚନା ଦିଆଯିବ । ଏହା ପୂର୍ବରୁ ରବିବାର ଏପ୍ରିଲ ୧୦, ୨୦୨୨ରେ ଗାଜିଆବାଦର ବେସରକାରୀ ସ୍କୁଲରେ କରୋନା ସଂକ୍ରମିତ ଛାତ୍ର ଜଣାପଡିବା ପରେ ସ୍କୁଲକୁ ପୁରା ସପ୍ତାହେ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.